ରାଜ୍ୟରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୩(ବ୍ୟୁରୋ): ରାଜ୍ୟରେ ବୁଧବାର ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୭ ହଜାର ୯୨୯ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୧୪ ଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ୱରରୁ ୬, ବଲାଙ୍ଗୀରରୁ ୧, କଟକରୁ ୧୧, ଦେବଗଡ଼ରୁ ୨, ଯାଜପୁରରୁ ୫, ଝାରସୁଗୁଡ଼ାରୁ ୧, କେନ୍ଦୁଝରରୁ ୩, ଖୋର୍ଦ୍ଧରୁ ୫, କୋରାପୁଟରୁ ୧, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧, ପୁରୀରୁ ୧, ସମ୍ଭଲପୁରରୁ ୪ ଆକ୍ରାନ୍ତ ଅଛନ୍ତି।

Share