ରାଜ୍ୟରେ ଆଖି ବୁଜିଲେ ୬୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୮(ବ୍ୟୁରୋ): ରାଜ୍ୟରେ କରୋନାଜନିତ ସଂକ୍ରମଣ ପୂର୍ବାପେକ୍ଷା ସାମାନ୍ୟ କମିଥିଲେ ହେଁ ମୃତକଙ୍କ ସଂଖ୍ୟାରେ ପରିବର୍ତ୍ତନ ଆସୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୬୯ ପ୍ରାଣ ହରାଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪୩୫କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧ ଜଣ ଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବାଲେଶ୍ୱର ଓ ସୁନ୍ଦରଗଡ଼ ୬ ଜଣ ଲେଖାଏଁ, ବରଗଡ଼ରୁ ଓ କେନ୍ଦୁଝରରୁ ୫ ଜଣ ଲେଖାଏ, ଝାରସୁଗୁଡ଼ାରୁ ୪ ଓ ଦେବଗଡ଼ରୁ ଜଣେ ଅଛନ୍ତି। ନୂତନ ମୃତ୍ୟୁକୁ ମିଶାଇ ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୮୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୨୧୩, ବରଗଡ଼ରେ ୨୯୮, କଟକରେ ୪୨୮, ଦେବଗଡ଼ରେ ୪୦, ଝାରସୁଗୁଡ଼ାରେ ୧୬୫, କେନ୍ଦୁଝରରେ ୧୪୩, ସମ୍ବଲପୁରରେ ୧୮୬ ଓ ସୁନ୍ଦରଗଡ଼ରେ ୫୫୭କୁ ବୃଦ୍ଧି ପାଇଛି।

Share