ଆଜି ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ, ୩୩୬୭୦୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୬୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୮ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସମ୍ବଲପୁରରୁ ସର୍ବାଧିକ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧, ଝାରସୁଗୁଡ଼ାରୁ ଏବଂ ବରଗଡ଼ରୁ ୬ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୨, ବଲାଙ୍ଗୀର ୧, ବୌ୍‌Rଦ୍ଧ ୧, କଟକ ୨, ଦେବଗଡ଼ ୪, ଗଜପତି ୧, ଯାଜପୁର ୪, କଳାହାଣ୍ଡି ୧, ଖୋର୍ଦ୍ଧା ୩, ନୂଆପଡ଼ା ୫, ପୁରୀ ୨, ରାୟଗଡ଼ା ୨ ଏବଂ ସୋନପୁରରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୭୦୫ରେ ପହଞ୍ଚିଥିବା ବେଳେ ୩,୩୪,୧୦୭ ଜଣ ସୁସ୍ଥ ହୋଇଛନ୍ତି। ୬୩୧ ଜଣ ଚିକିତ୍ସିତ ହେଉଛନ୍ତି।

Share