ଆଉ ୬୯ ମୁଣ୍ଡ ନେଲା କରୋନା: କଟକ-ଜଗତସିଂହପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏ ଥିବା ବେଳେ ଢେଙ୍କାନାଳରୁ ୧୧, ଅନୁଗୋଳରୁ ଓ କେନ୍ଦ୍ରାପଡ଼ା ୮ ଜଣ ଲେଖାଏ, ଯାଜପୁରରୁ ୫, ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏ ଏବଂ ନବରଙ୍ଗପୁର ଓ ନୟାଗଡ଼ ଜିଲାରୁ ଜଣେ ଲେଖାଏ ଅଛନ୍ତି। ଏହାକୁ ମିଶାଇ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୧କୁ ବୃଦ୍ଧି ପାଇଥିବା ବେଳେ ଜଗତସିଂହପୁରରେ ୧୮୭, ଢେଙ୍କାନାଳରେ ୧୯୧, ଅନୁଗୋଳରେ ୩୩୨, କେନ୍ଦ୍ରାପଡ଼ା ୨୦୮, ଯାଜପୁରରେ ୧୨୪, ବାଲେଶ୍ୱରରେ ୨୫୫, ଭଦ୍ରକରେ ୧୨୨, ଖୋର୍ଦ୍ଧାରେ ୧,୪୧୩, ନବରଙ୍ଗପୁରରେ ୬୯ ଓ ନୟାଗଡ଼ ୧୯୬ରେ ପହଞ୍ଚିଛି।

Share