ମୁମ୍ବାଇରେ ୬୯ କିଲୋଗ୍ରାମ ସୁନା, ୩୩୬ କିଲୋଗ୍ରାମ ରୁପାରେ ନିର୍ମିତ ଗଣେଶ ମୂର୍ତ୍ତି, ୩୬୦ କୋଟି ଟଙ୍କାର ବୀମା …

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ଜିଏସବି ସେବା ମଣ୍ଡଳ ୧୯ ସେପ୍ଟେମ୍ବରରୁ ଗଣପତି ପୂଜା ପାଇଁ ସବୁଠାରୁ ଦାମୀ ଗଣେଶ ପ୍ରତିମା ସ୍ଥାପନ କରିଛନ୍ତି। ଏହା ମୁମ୍ବାଇର ସବୁଠାରୁ ଧନୀ ମଣ୍ଡଳ ଭାବରେ ଜଣାଶୁଣା ୍‌। ଏଥର ବୋର୍ଡ ଗଣପତି ପୂଜା ପାଇଁ ସୁନା ଓ ରୂପା ବର୍ଷା କରିଛି।

ଭଗବାନ ଗଣେଶଙ୍କ ଏହି ପ୍ରତିମା ୬୯ କିଲୋଗ୍ରାମ ସୁନା ଏବଂ ୩୩୬ କିଲୋଗ୍ରାମ ରୂପାରେ ନିର୍ମିତ। ବୋର୍ଡର ଜଣେ ପ୍ରତିନିଧୀ ଗଣମାଧ୍ୟମକୁ କହିଛନ୍ତି ସେମାନେ ମଧ୍ୟ ୩୬୦.୪୫ କୋଟି ଟଙ୍କା ବୀମା ନେଇଛନ୍ତି।

ଚଳିତ ବର୍ଷ ଆମେ ୬୯ତମ ଗଣେଶ ଉତ୍ସବ ପାଳନ କରିବାକୁ ଯାଉଛୁ। ଗଣେଶଙ୍କ ଏହି ପ୍ରତିମୂର୍ତ୍ତି ପାଇଁ ୩୬ କିଲୋଗ୍ରାମ ରୂପା ଏବଂ ୨୫୦ ଗ୍ରାମ ସୁନାର କୁଣ୍ଡଳ ମଧ୍ୟ ତିଆରି କରାଯାଇଛି।

Share