Advertisement

୧୩ ରାଉଣ୍ଡ ସୁଦ୍ଧା ବିଜେଡିକୁ ୬୯,୨୫୦ ଖଣ୍ଡ ଭୋଟ୍‌, ଭାଜପାକୁ ୪୫,୧୯୨

ବରଗଡ଼ ଅଫିସ,୮ା୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନର ଭୋଟ୍‌ ଗଣତି ଗୁରୁବାର ସକାଳୁ ଆରମ୍ଭ ହୋଇଛି। ତେବେ ୧୩ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପାର ପ୍ରଦୀପ ପୁରୋହିତଙ୍କଠାରୁ ୨୪,୦୫୮ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ବର୍ଷାଙ୍କୁ ୬୯,୨୫୦ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ଭାଜପାର ପ୍ରଦୀପଙ୍କ ସପକ୍ଷରେ ୪୫ ହଜାର ୧୯୨ ଖଣ୍ଡ ଭୋଟ୍‌ ଯାଇଛି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୧୩ ରାଉଣ୍ଡ ସୁଦ୍ଧା ମାତ୍ର ୨୩୦୪ ଖଣ୍ଡ ଭୋଟ୍‌ ମିଳିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share