Categories: ବାଣିଜ୍ୟ

ଅରୁନ୍ଧତୀର ୬ଷ୍ଠ ବାର୍ଷିକ ମହୋସତ୍ବ

ଭୁବନେଶ୍ୱର ,୨୩।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ଆଉଟ୍‌ଲେଟ୍‌ (ଶୋ’ରୁମ୍‌)ର ୬ଷ୍ଠ ବାର୍ଷିକ ମହୋସତ୍ବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ୬ଷ୍ଠ ବାର୍ଷିକ ସଫଳ ଯାତ୍ରାରେ ସାମିଲ ସମସ୍ତ ଗ୍ରାହକବନ୍ଧୁ ଓ ଶୁଭେଚ୍ଛୁମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ସହ ଅରୁନ୍ଧତୀ ଉପରେ ଥିବା ଅତୁଟ ବିଶ୍ୱାସ ଯୋଗୁ ଅରୁନ୍ଧତୀକୁ ରାଜ୍ୟର ସର୍ବବୃହତ୍‌ ଓ ସର୍ବ ଶ୍ରେଷ୍ଠ ଜୁଏଲେରି ବ୍ରାଣ୍ଡ୍‌ ଭାବେ ପ୍ରତିଷ୍ଠିତ କରାଇପାରିଛି। ସେଥିପାଇଁ ସମସ୍ତ ଗ୍ରାହକବନ୍ଧୁଙ୍କୁ ଅରୁନ୍ଧତୀ ପରିବାର ପକ୍ଷରୁ ହୃଦୟର ଅନ୍ତରରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛୁ। ବିଶେଷକରି ଏହି ଷଷ୍ଠ ବାର୍ଷିକ ମହୋତ୍ସବକୁ ଚିରସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ପ୍ରଥମ ଥର ନିମନ୍ତେ ଓଡ଼ିଶାର ସର୍ବୋତ୍ତମ ଆନିଭସରି ଅଫର ସହ ସୁନ୍ଦର କାରୁକାର୍ଯ୍ୟଭରା ଟେମ୍ପଲ,ଆଣ୍ଟିକ ଓ ତୁର୍କି ଗହଣା ସମେତ ହାଇ ଆଣ୍ଡ୍‌ ଫ୍ୟାନ୍ସି ବିବାହ ଗହଣା ଉପରେ ଫ୍ଲାଟ୍‌ ୫୯୯ ଟଙ୍କାର ମେକିଂ ଚାର୍ଜ ଅଫର ପ୍ରଦାନ କରାଯାଉଛି। ଏହି ଅଫର ମାତ୍ର ୧୦୦ ଘଣ୍ଟା ପାଇଁ ଉପଲବ୍ଧ। ଏପରିକି ହୀରା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ଏବଂ ରୁପା ଗହଣାର ମେକିଂ ଚାର୍ଜ ଉପରେ ୫୦% ପର୍ଯ୍ୟନ୍ତ ରିହାତି ସହ ଆନିଭସରି ସ୍ପେଶାଲ ଆକର୍ଷଣୀୟ ଉପହାର ମଧ୍ୟ ଗ୍ରାହକମାନେ ପାଇପାରିବେ। ଏହି ବିଶେଷ ମୁହୂର୍ତ୍ତକୁ ଅବିସ୍ମରଣୀୟ କରିବା ପାଇଁ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ସମସ୍ତ ଗ୍ରାହକବନ୍ଧୁଙ୍କୁ ସାଦର ନିମନ୍ତ୍ରଣ କରାଯାଉଛି।

Share