ବିଜିୟୁର ୬ଷ୍ଠ ସମାବର୍ତ୍ତନ ଉସତ୍ବ

ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ର ୬ଷ୍ଠ ସମାବର୍ତ୍ତନ ଉତ୍ସବ ଶନିବାର ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବିଜିୟୁର ୨୦୨୧-୨୩ ବ୍ୟାଚ୍‌ର ସ୍ନାତକୋତ୍ତର ଏବଂ ୨୦୨୦-୨୩ ବ୍ୟାଚ୍‌ର ସ୍ନାତକ ଛାତ୍ରୀଛାତ୍ରମାନଙ୍କ ପାଇଁ ଉକ୍ତ ସମାର୍ବତ୍ତନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜିୟୁର ମ୍ୟାନେଜମେଣ୍ଟ, କମ୍ୟୁନିକେଶନ, କମର୍ସ, ସୋସିଆଲ ସାଇନ୍ସ ଏବଂ ଲ’ବିଭାଗର କୃତୀ ଛାତ୍ରୀଛାତ୍ରମାନଙ୍କୁ ଡିଗ୍ରୀ ଏବଂ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲାବେଳେ ମହିନ୍ଦ୍ରା ଡିଫେନ୍ସ ଆଣ୍ଡ୍‌ ଏରୋସ୍ପେସ୍‌ର ଅଧ୍ୟକ୍ଷ ପ୍ରକାଶ ଶୁକ୍ଳା ଏବଂ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ବିର୍ଲା ଗ୍ଲୋବାଲ୍‌ ୟୁନିଭର୍ସିଟି ପକ୍ଷରୁ ସମ୍ମାନଜନକ ଡି. ଲିଟ୍‌ ଉପାଧି ପ୍ରଦାନ କରାଯାଇଛି। ସେହିଭଳି ବିର୍ଲା ଏକାଡେମି ଅଫ୍‌ ଆର୍ଟ ଆଣ୍ଡ୍‌ କଲ୍‌ଚର ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିିଟିର ଅଧ୍ୟକ୍ଷା ଜୟଶ୍ରୀ ମୋହତା ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରିଥିଲେ।ି ଡିଗ୍ରୀ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଶୁକ୍ଳା ଅଭିନନ୍ଦନ ଜଣାଇବା ସହ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ଆବଶ୍ୟକ ହେଉଥିବା ସନ୍ତୁଳନକୁ ବଜାୟ ରଖିବା ଉପରେ ଶୁକ୍ଲା ଗୁରୁତ୍ୱାରୋପ କରିଥିଲେ। ଏପରିକି ଏକ ଟିମ୍‌ ମଧ୍ୟରେ କାର୍ଯ୍ୟ କରିବାର ପ୍ରାଧାନ୍ୟକୁ ଜଣେ ଅନୁଭବ କରିବା ସହ ସଂସ୍ଥାର ନିର୍ଭରଯୋଗ୍ୟ ବ୍ୟକ୍ତି ରୂପେ ପାରଦର୍ଶିତା ଲାଭ କରିବା ଉଚିତ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବିଜିୟୁର ଭିସି ପ୍ରଫେସର ପି.ପି.ମାଥୁର ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ସହ ବିଶ୍ୱବିଦ୍ୟାଳୟର ସଫଳତା ଆଦି ବିଷୟରେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଉକ୍ତ ଉତ୍ସବରେ ବିଜିୟୁର ବୋର୍ଡ ଅଫ୍‌ ଗଭର୍ନର୍ସ ଏବଂ ବୋର୍ଡ ଅଫ୍‌ ମ୍ୟାନେଜମେଣ୍ଟର ସଦସ୍ୟ, ଫାକଲ୍ଟି, ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ଉପସ୍ଥିତ ଥିଲେ।

Share