ବରଗଡ଼ ଜିଲାର ବିକାଶ ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କର

ବରଗଡ଼,୨୯।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନ ୧୦ଟାରେ ଜିଲା ପରିଷଦର ୬ଷ୍ଠ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପଦ୍ମପୁର ବିଧାୟିକା ବର୍ଷାସିଂ ବରିହା, ଭଟଲି ବିଧାୟକ ଇରାସିସ୍‌ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି ପ୍ରତିନିଧି ସୁରେଶ୍ୱର ଶତପଥୀ, ଜିଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା, ଜିଲାପାଳ ଆଦିତ୍ୟ ଗୋୟଲ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହାଙ୍କ ସମେତ ଜିଲାର ସମସ୍ତ ବ୍ଲକ୍‌ ଅଧ୍ୟକ୍ଷ ଏବଂ ସମସ୍ତ ବିଭାଗର ଜିଲାସ୍ତରୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲୁହା ସମସ୍ତଙ୍କୁ ସ୍ବାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଭୋଇ ସମସ୍ତ ଲୋକ ପ୍ରତିନିଧି ଏବଂ ଅଧିକାରୀ ମିଳିତଭାବେ କାର୍ଯ୍ୟ କଲେ ଜିଲାର ଉନ୍ନତି ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏହାପରେ ପୂର୍ବ ବୈଠକର ସଭା ବିବରଣୀ ଅନୁଯାୟୀ ଜିଲାରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ, ଯୋଜନାର କାର୍ଯ୍ୟକାରିତା ଉପରେ ବିଭାଗୀୟ ଅଧିକାରୀମାନେ ଉପସ୍ଥାପନ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ନିରୁପମା ଷଡ଼ଙ୍ଗୀ ଜିଲାର ଡାକ୍ତରଖାନାଗୁଡ଼ିକରେ ଖାଲି ପଡ଼ିଥିବା ଡାକ୍ତର ପଦବୀ, କର୍କଟ ରୋଗର ଚିକିତ୍ସା ଉପରେ ସୂଚନା ପ୍ରଦାନ କହିଥିଲେ।

ବିଦ୍ୟୁତ୍‌ ଯୋଗାଣ ବିଷୟରେ ଟିପିଡବ୍ଲ୍ୟୁଓଡିଏଲ୍‌ ଜୋନାଲ ହେଡ୍‌ ଉଠା ଜଳସେଚନ ବିଭାଗ ସହ ସମନ୍ବୟ ରଖି ଗଭୀର ନଳକୂପରେ ଜଳଯୋଗାଣର ତ୍ୱରାନ୍ବିତ ପ୍ରକ୍ରିୟା ଉପରେ ସୂଚନା ଦେଇଥିଲେ। ଏହାପରେ ପାନୀୟ ଜଳଯୋଗାଣ, ଗ୍ରାମ୍ୟ ପରିମଳ, ଯୋଗାଣ ଓ ଖାଉଟି କଲ୍ୟାଣ, ସାମାଜିକ ମଙ୍ଗଳ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସୁଭଦ୍ରା ଯୋଜନାର ଅଗ୍ରଗତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଯୋଗ୍ୟତା, ଜବ୍‌କାର୍ଡ଼ ଓ ଆଧାର କାର୍ଡ ଭେରିଫିକେଶନ, ଅପ୍‌ଡେଟ୍‌ ବ୍ୟବସ୍ଥା, ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଭୂମି ପ୍ରଦାନ ବ୍ୟବସ୍ଥା ଭଳି ବିଭିନ୍ନ ବିଷୟରେ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ, ଶିଶୁ ସୁରକ୍ଷା, ଶିକ୍ଷା ବ୍ୟବସ୍ଥା, ପିଲାଙ୍କ ସ୍କୁଲ ୟୁନିଫର୍ମ ବିତରଣ, ଉଦ୍ୟାନ କୃଷି ବିଭାଗ ଦ୍ୱାରା ପ୍ରତି ସବ୍‌ଡିଭିଜନରେ ନିର୍ମାଣ ହେବାକୁ ଥିବା ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଜମି ଚିହ୍ନଟ ଏବଂ ଏହାର ଅଗ୍ରଗତି ବିଷୟରେ ଆଲୋଚନା କରିବା ପରେ ଠିକ୍‌ ହିତାଧିକାରୀଙ୍କୁ ଚିହ୍ନଟକରି ଆଳୁ, ହଲଦୀ, ପିଆଜ, ଅଦା ଆଦି ବଣ୍ଟନ କରିବା ପାଇଁ ଆଲୋଚନା ହୋଇଥିଲା। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଏବଂ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା, କଲଭର୍ଟ ନିର୍ମାଣ ଆଦି ବିଷୟରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri