ଜାକର୍ତ୍ତା, ୧୪ା୪: ଇଣ୍ଡୋନେସିଆର ଜାଭା ଏବଂ ବାଲି ଦ୍ୱୀପରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୭.୦ ରହିଛି। ଭୂକମ୍ପ ଯୋଗୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌରଓି ତଥ୍ୟ ମିଳିପାରି ନାହିଁ।
ପୂର୍ବ ଜାଭା ପ୍ରଦେଶର ଉପକୂଳ ସହର ଟୁବାନ୍ର ଉତ୍ତରର ୯୬.୫ କିଲୋମିଟର ଏବଂ ୫୯୪ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷେ ସୁନାମି ଆଶଙ୍କା ନ ଥିବା ଇଣ୍ଡୋନେସିଆ ପାଣିପାଗ ବିଭାଗ ପକ୍ଷରୁ ଅବଗତ କରାଯାଇଛି।