ଇଣ୍ଡୋନେସିଆରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମି ଚେତାବନୀ

ଜାକର୍ତ୍ତା,୨୫।୪: ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପର ଇଷ୍ଟନ ଅଂଶରେ ମଙ୍ଗଳବାର) ରେ ୭.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି। ଏହା ପରେ ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (ବିଏମକେଜି) ମଧ୍ୟ ସୁନାମି ଚେତାବନୀ ଦେଇଛି।

ଇଣ୍ଡୋନେସିଆ ଦେଶର ପାଣିପାଗ ବିଭାଗ କହିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ତଳେ ୮୪ କିଲୋମିଟର ମାପ କରାଯାଇଛି। ଭୂବିଜ୍ଞାନୀମାନେ କହିଛନ୍ତି ଯେ ଏହି କାରଣରୁ ସୁନାମି ହେବାର ସମ୍ଭାବନା ରହିଛି। ଭୂକମ୍ପ ପରେ ଏଜେନ୍ସି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ଉପକୂଳଠାରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେବାକୁ କହିଛି।

Share