ଥରିଲା ଆମେରିକା, ଦିଆଯାଇଛି ସୁନାମି ଚେତାବନୀ

ଆଲାସ୍କା,୧୬।୭: ଆମେରିକାର ଆଲାସ୍କା ଉପକୂଳରେ ରବିବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ମପାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାକୁ ନେଇ ସୁନାମି ଚେତାବନୀ ଦିଆଯାଇଛି। ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ହେବାର ସମ୍ଭାବନା ବି ରହିଛି। ତେବେ ଏଥିରେ ହୋଇଥିବା କ୍ଷୟକ୍ଷତିର ସଠିକ ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।

Share