Categories: ବାଣିଜ୍ୟ

ଦକ୍ଷିଣ ଭାରତ ବଜାରରେ ରୋଲ୍ସ-ରଏସ୍‌ ସ୍ପେକ୍ଟ୍ରେ, ମୂଲ୍ୟ ୭.୫ କୋଟି

ନୂଆଦିଲ୍ଲୀ,୨୮।୧: ବିଶ୍ୱର ଅଗ୍ରଣୀ ପ୍ରିମିୟମ କାର୍‌ ତଥା ରୋଲ୍ସ ରଏସ୍‌ ମୋଟର କାର୍‌ସ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ତଥା ପ୍ରଥମ ଧରଣର ବୈଦ୍ୟୁତିକ ଯାନ (ଇଭି) ‘ସ୍ପେକ୍ଟ୍ରେ’କୁ ନିକଟରେ ଓ୍ବାଲର୍ଡ ଓ୍ବାଇଡ୍‌ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରୋଲ୍ସ ରଏସ୍‌ର ଭାରତ ବଜାର ବା ଦକ୍ଷିଣ ଭାରତ ବଜାର(ଚେନ୍ନାଇ)ରେ ରୋଲ୍ସ ରଏସ୍‌ ସ୍ପେକ୍ଟ୍ରେର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା ହୋଇଥିଲା। ଉଲ୍ଲେଖଯୋଗ୍ୟ, ଦକ୍ଷିଣ ଭାରତ ବଜାରରେ ସ୍ପେକ୍ଟ୍ରେର ପ୍ରଥମ ସମ୍ପୂର୍ଣ୍ଣ ଇଲେକ୍‌ଟ୍ରିକ ରୋଲ୍ସ ରଏସ୍‌ ୨୦୨୪ ଜାନୁଆରୀରେ ଡେବ୍ୟୁ କରିଥିଲା।

ଏ ସମ୍ପର୍କରେ ରୋଲ୍ସ ରଏସ୍‌ ମୋଟର କାର୍‌ସ ଚେନ୍ନାଇର ଡିଲର ପ୍ରିନ୍ସିପାଲ ବାସନ୍ତୀ ଭୂପତି କହିଛନ୍ତି, ଦକ୍ଷିଣ ଭାରତ ବଜାରରେ ସ୍ପେକ୍ଟ୍ରେ୍‌କୁ ଉନ୍ମୋଚନ କରି ଆମେ ବହୁତ ଉତ୍ସାହିତ ଅଛୁ। ଏପରିକି ସ୍ପେକ୍ଟ୍ରେ ଏକ ଆଧୁନିକ ଡିଜାଇନ ଓ ଇଞ୍ଜିନିୟରିଂ ଦକ୍ଷତାକୁ ନେଇ ନିର୍ମିତ ହୋଇଛି। ଏହା ସମସ୍ତଙ୍କ ହୃଦୟକୁ ଛୁଇଁପାରିବ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ରୋଲ୍ସ ରଏସ୍‌ ସ୍ପେକ୍ଟ୍ରେରେ ଅନେକ ଅତ୍ୟାଧୁନିକ ଫିଚର ସହ ଆକର୍ଷଣୀୟ କଲର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିବ। ଉକ୍ତ ମଡେଲର ଡିଜାଇନ ବେଶ୍‌ ମନଲୋଭା ହୋଇଥିବାବେଳେ ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ ୭.୫ କୋଟି (ଏକ୍ସ ଶୋ ରୁମ୍‌) ରହିଛି।

Share