ପାଟଣା,୧୩।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ମଙ୍ଗଳବାର ୭ କୁଖ୍ୟାତ ଆନ୍ତଃ ଜିଲା ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲା କୋଟି ନାଡା ଥାନା ଢଙ୍କୁଣି ସାହାପୂର ଗ୍ରାମର ଏ ଶ୍ରିନୁ (୩୦), ସୋରଡ଼ା ଥାନା ସୋରଡ଼ା ଗ୍ରାମର କ୍ରୀଷ୍ଣା ଦାସ (୨୬), ସୋରଡ଼ା ଥାନା କୋର୍ଟ ବେଲ ସାହି ଆଦେଲ ଏସୁ (୩୨), ଭଞ୍ଜନଗର ଥାନା ଝାମ୍ପେଲି କନ୍ଧ ସାହି ବିଜୟ ଦାସ (୪୦), ଆସ୍କା ଥାନା ଧୁଙ୍କୁଣି ଗ୍ରାମର ଏ ଆବା (୩୫), ଯାଜପୁର ଜିଲା ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଆଉଲ ମାଲିଙ୍ଗା (୩୦), ଯାଜପୁର ରୋଡ ଥାନା ମୁଣ୍ଡୁମାଳ ଗ୍ରାମର ଏ ସେଖର (୩୨),।
ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ଆସ୍କା ଓ ଝାଡଖଣ୍ଡ ଅଞ୍ଚଳରୁ ଗିରଫ କରାଯାଇଛି। ବିଭିନ୍ନ ସମୟରେ ଏମାନେ ପାଟଣା, ତୁରୁମୁଙ୍ଗା, ଟାଉନ, ଘଟଗାଁ ଓ ଚାମ୍ପୁଆ ଥାନା ଅଞ୍ଚଳରେ ପଲ୍ସର୍ରେ ଆସି ଡିକି ଭଙ୍ଗି ଚୋରି ସହ, ଲୁଟ କରୁଥିବା ଅଭିଯୋଗ ହୋଇଥିଲା। ସେମାନଙ୍କଠାରୁ ୧ସୁନା ମଙ୍ଗଳ ସୂତ୍ର, ୨ ସୁନା କାନ ଫୁଲ, ୧ସୁନା ମୁଦି, ନଗଦ ୫୪ହଜାର ୨୮୬ଟଙ୍କା ଜବତ ହୋଇଛି। ଏହା ସହ ଏକ ବାଜାଜ୍ ପଲ୍ସର, ଏକ ହିରୋ ସିବିଜେଡ ବାଇକ ଓ ୫ ଟି ମୋବାଇଲ ଫୋନ ଜବତ ହୋଇଥିବା ଖବରଦାତା ସମ୍ମିଳନୀରେ ଘଟଗାଁ ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଈ କହିଛନ୍ତି।
ସୂଚନାଯୋଗ୍ୟ, ଜାନୁଆରୀ ୨୦ ତାରିଖରେ ପାଟଣା ଥାନା ଧାନବେଣି ଗ୍ରାମର ହେମେନ୍ଦ୍ର ମହାନ୍ତଙ୍କ ବଡ ମା ପାଟଣା ବଜାରରୁ ସୁନା ଅଳଙ୍କାର କିଣ ିବାଇକ୍ରେ ଫେରୁଥିବା ବେଳେ ପାଟଣା ଶିବ ମନ୍ଦିର ନିକଟରେ ଏକ କଳା ବାଇକ୍ରେ ୨ ଦୁର୍ବୃତ୍ତ ଆସି ବ୍ୟାଗରେ ଥିବା ୧ ମଙ୍ଗଳସୂତ୍ର, ୨ଟି ସୁନା କାନ ଫୁଲ, ୧ ସୁନା କଏନ, ୧ସୁନା ମୁଦି, ୫ହଜାର ଟଙ୍କା ଓ ଏକ ମୋବାଇଲ ନେଇଥିଲେ। ଏହି ଘଟଣା ପରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଲ କରଦାଗୁଡୁଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇ ଏମାନଙ୍କୁ ଧରାଯାଇଥିଲା।