Categories: ଜାତୀୟ

୭ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୮।୪: ସହରର ୭ ସ୍କୁଲକୁ ଇ-ମେଲ ଜରିଆରେ ଶୁକ୍ରବାର ବୋମା ପକାଇବା ଧମକ ଦିଆଯାଇଛି। ସୂଚନା ମିଳିବା ପରେ ପୋଲିସ ଟିମ୍‌ ବିଭିନ୍ନ ସ୍କୁଲକୁ ଯାଇ ଯାଞ୍ଚ କରୁଥିବା ବେଙ୍ଗାଲୁରୁ ସହର ପୋଲିସ କମିଶନର କମଲ ପନ୍ତ କହିଛନ୍ତି।

ବେଙ୍ଗାଲୁରୁ ଉପକଣ୍ଠରେ ଥିବା ୪ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ଆମ ସ୍ଥାନୀୟ ପୋଲିସ ଏହାର ଯାଞ୍ଚ କରୁଛନ୍ତି। ଧମକ ଦିଆଯାଇଥିବା ସମସ୍ତ ସ୍କୁଲକୁ ବୋମା ନିଷ୍କ୍ରିୟ ଦଳ ପଠାଯାଇଛି। ଅଧିକ ତଥ୍ୟ ହସ୍ତଗତ ହେଲେ ଗଣମାଧ୍ୟମ ସହିତ ଶେୟାର କରାଯିବ ବୋଲି ସେ କହିଛନ୍ତି।

Share