୭ ବ୍ଲକ୍‌ ହାତେଇଲା ଓଏନ୍‌ଜିସି

ନୂଆଦିଲ୍ଲୀ,୪।୧: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ (ଓଏନ୍‌ଜିସି) ତୈଳ ଏବଂ ଗ୍ୟାସ୍‌ର ଅନୁସନ୍ଧାନ ପାଇଁ ୭ଟି ବ୍ଲକ୍‌ ହାତେଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସିର ଏକ କନ୍‌ସୋର୍ଟିୟମ୍‌ ସର୍ବଶେଷ ବିଡ୍‌ ରାଉଣ୍ଡରେ ଚାଲିଯାଇଥିଲା। ତୈଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଓପନ ଏକ୍ରେରେଜ ଲାଇସେନନ୍ସିଂ ପଲିସି (ଓଏଏଲ୍‌ପି-୮) ର ୮ମ ରାଉଣ୍ଡରେ ତୈଳ ଓ ଗ୍ୟାସ୍‌ ଅନୁସନ୍ଧାନ ଏବଂ ଉତ୍ପାଦନ ପାଇଁ ୧୦ଟି ବ୍ଲକ୍‌ ପ୍ରଦାନ କରାଯାଇଛି। ଏପରିକି ବୁଧବାର ୧୦ଟି ବ୍ଲକ୍‌ ପାଇଁ ଆବଶ୍ୟକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଯାଇଛି ବୋଲି ମନ୍ତ୍ରୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ମନ୍ତ୍ରୀ କହିଛନ୍ତି, ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ୧୦ଟି ବ୍ଲକ୍‌ ମଧ୍ୟରୁ ଓଏନ୍‌ଜିସି ୭ଟି ବ୍ଲକ୍‌ ଜିତିଥିବାବେଳେ ରିଲାଏନ୍ସ-ବିପି, ଅଏଲ ଇଣ୍ଡିଆ ଲିମିଟେଡ୍‌ ଏବଂ ସନ୍‌ ପେଟ୍ରୋକେମିକାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଗୋଟିଏ ଲେଖାଏ ବ୍ଲକ ପାଇଛନ୍ତି। ସେହିଭଳି ସମାନ୍ତରାଳ ଭାବେ ୩ଟି କୋଲ୍‌-ବେଡ୍‌ ମିଥେନ (ସିବିଏମ୍‌) ବ୍ଲକ୍‌ ମଧ୍ୟ ପୁରସ୍କୃତ ସହ ଟେଣ୍ଡର ପାଇଁ ଓଏଏଲ୍‌ପିର ୯ମ ରାଉଣ୍ଡ ଆରମ୍ଭ କରାଯାଇଥିଲା। ବିଶେଷକରି ଏକ ପ୍ରତିବଦ୍ଧ ଅନୁସନ୍ଧାନ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇଥିବା ବ୍ଲକଗୁଡିକର ଆନୁମାନିକ ୨୩୩ ନିୟୁତ ଆମେରିକୀୟ ଡଲାର ବିନିଯୋଗ ହେଉଛି ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ...

Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି

କୋଲକତା,୧୨।୪: ଏପ୍ରିଲ ଆରମ୍ଭରୁ ତାତି ଏତେ ବଢିଲାଣି ଯେ, ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି...

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି।...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ପ୍ରତାପ ଦେବଙ୍କ ଘରେ ବୈଠକକୁ ନେଇ ବଡ଼ ବୟାନ ଦେଲେ ଦେବୀ, କହିଲେ ସଭାପତି ବଛାଯିବ…

ଭୁବନେଶ୍ୱର,୧୨।୪: ବଡ଼ ଖବର। ନିର୍ବାଚନ ଅଧିକାରୀ ତଥା ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବସିଛି ବଡ଼ ବୈଠକ। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image