ଆର.ଉଦୟଗିରି,୨୩ା୬(ମନୋଜ କୁମାର ପାଢୀ)-ଆର.ଉଦୟଗିରିରେ ଥିବା ଜିଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୭ଟି ମଇଁଷିଙ୍କ ମୃତ୍ୟୁ ହୋଇଛି। ମୋହନ ପଲେଇ ଓ ତିଲ ପଲେଇଙ୍କ ଏହି ମଇଁଷିଗୁଡିକ କୌଣସି କୀଟନାଶକ ଖାଇ ଦେଇଥିବା ସନ୍ଦେହ କରାଯାଇଛି। କୃଷୀ ବିଜ୍ଞାନ କେନ୍ଦ୍ର ପରିସରରେ ମରିଥିବାରୁ ମଇଁଷି ପିଛା ୨୦ ହଜାର କ୍ଷତିପୂରଣ ପ୍ରଦାନ କରିବାକୁ ମାଲିକ ଦାବି କରିଥିଲେ। ଅନ୍ୟପକ୍ଷରେ ଦୁର୍ଭାଗ୍ୟବଶତଃ ଏଭଳି ଘଟଣା ଘଟିଛି ବୋଲି ପ୍ରାଣୀ ଚିକିତ୍ସକ ପ୍ରିୟରଞ୍ଜନ ବେହେରା କହିଥିଲେ। ଜିଲା ମୁଖ୍ୟାଳୟକୁ ନମୁନା ପଠାଯାଇଛି, ରିପୋର୍ଟ ଯାହା ଆସିବ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସଂଗ୍ରାମ ପରମଗୁରୁ ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି। ମଇଁଷି ହରାଇଥିବା ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହୋଇଛି।