Categories: ଜାତୀୟ

ବସ୍‌ଷ୍ଟାଣ୍ଡ୍‌ରେ ଜଳି ଗଲା ୭ ବସ୍‌

ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍‌ଷ୍ଟାଣ୍ଡ୍‌ରେ ନିଆଁ ଲାଗି ୭ଟି ବସ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍‌ ସମୟରେ ହଠାତ୍‌ ବସ୍‌ ଜଳୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଚା’ ଦୋକାନୀ ଇମ୍ରାନ୍‌ ଖାଁ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଟିମ୍‌ ସହିତ ଦମକଳ ଗାଡ଼ି ବସ୍‌ଷ୍ଟାଣ୍ଡ୍‌ରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବସ୍‌ଗୁଡ଼ିକ ଜଳି ସାରିଥିଲା। ମାତ୍ର ୧୦ ମିନିଟ୍‌ ମଧ୍ୟରେ ବସ୍‌ ଗୁଡ଼ିକ ଜଳି ଯାଇଥିଲା। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସିଏସ୍‌ପି ଅଭିଶେକ ତିଓ୍ବାରି ସୂଚନା ଦେଇଛନ୍ତି। ନିଆଁ କିପରି ଲାଗିଲା ତାହାର ତଦନ୍ତ ଜାରି ରହିଛି।

Share