ଅସ୍ତ୍ରୋପଚାର ପାଇଁ ପଶ୍ଚିମବଙ୍ଗ ଗଲେ ୭ ଶିଶୁ

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଜାତୀୟ ସ୍ବାସ୍ଥ୍ୟ ମିଶନ ଅନ୍ତର୍ଗତ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦ୍‌ରୋଗରେ ପୀଡିତ ଥିବା ଶିଶୁଙ୍କ ଚିକିତ୍ସା ପାଇଁ ପଦକ୍ଷେପ ନିଆଯାଇଛି। ରବିବାର ରାତିରେ ଜିଲାର ୭ ଶିଶୁଙ୍କ ମାଗଣା ଅସ୍ତ୍ରୋପଚାର ନିମନ୍ତେ ପଶ୍ଚିମବଙ୍ଗର ହାୱଡା ସ୍ଥିତ ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲ୍‌କୁ ପଠାଯାଇଛି। ହାଟଡିହି, ଘଷିପୁରା, ଚମ୍ପୁଆ, ହରିଚନ୍ଦନପୁର ବ୍ଲକରୁ ଜଣେ ଏବଂ କେନ୍ଦୁଝର ସଦର ବ୍ଲକରୁ ୩ ଜଣଙ୍କୁ ଚିହ୍ନଟ କରାଯାମଇ ଏହି ଚିକିତ୍ସା ପାଇଁ ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସୁଜାତାରାଣୀ ମିଶ୍ର ଏବଂ ଆରବିଏସ୍‌କେ ମ୍ୟାନେଜର ବିଜନ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଶିଶୁଙ୍କୁ ବିନା ମୂଲ୍ୟରେ ଚିକିତ୍ସା ପାଇଁ ପଠାଯାଇଛି।

Share