୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିଛି ଗଞ୍ଜାମର ୭ ନିର୍ବାଚନ ମଣ୍ଡଳୀ

ବ୍ରହ୍ମପୁର ଅଫିସ,୯ା୨: ଆଞ୍ଚଳିକ ରାଜନୈତିକ ଦଳ ବିଜେଡି ଗଠନର ୨୫ ବର୍ଷ ମଧ୍ୟରେ ରାଜ୍ୟରେ ୨୦୦୦ରୁ ୨୦୧୯ ମଧ୍ୟରେ ହୋଇଛି ୫ ବିଧାନସଭା ନିର୍ବାଚନ। ଗଞ୍ଜାମର ୧୩ ନିର୍ବାଚନମଣ୍ଡଳୀ ମଧ୍ୟରୁ ହିଞ୍ଜିଳି, ଭଞ୍ଜନଗର, ପୂର୍ବର ମୋହନା (ବର୍ତ୍ତମାନର ଦିଗପହଣ୍ଡି), ଖଲ୍ଲିିକୋଟ, ଚିକିଟି, ବ୍ରହ୍ମପୁର ଏବଂ ପୂର୍ବର କୋଦଳା (ବର୍ତ୍ତମାନର ପୋଲସରା) ଏହି ୭ ବିଧାନସଭା କ୍ଷେତ୍ର ୨୩ବର୍ଷ ଧରି ବିଜେଡି ଗଡ଼ ପାଲଟିବା ସହିତ ଦଖଲରେ ରହିଛି। ଅପରପକ୍ଷରେ ଛତ୍ରପୁର, ସୋରଡ଼ା, ଆସିକା, ଗୋପାଳପୁର, କବିସୂର୍ଯ୍ୟନଗର ଓ ସାନଖେମୁଣ୍ଡିରେ ବିଭିନ୍ନ ନିର୍ବାଚନରେ ରାଜନୈତିକ ସ୍ଥିତି ପରିବର୍ତ୍ତନ ହୋଇଥିବା ତଥ୍ୟ ରହିଛି। ହିଞ୍ଜିଳିରୁ ବିଜେଡି ପ୍ରାର୍ଥୀ ଭାବେ ନବୀନ ପଟ୍ଟନାୟକ ଲଗାତର ୫ ଥର ଜିତିବା ସହ ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ହୋଇ ଜାତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ବିକ୍ରମ କେଶରୀ ଆରୁଖ ମଧ୍ୟ ୨୦୦୦ରୁ ୨୦୧୯ ମଧ୍ୟରେ ବିଜେଡିରୁ ୫ଥର ନିର୍ବାଚିତ ହୋଇ ମନ୍ତ୍ରୀ ଓ ବାଚସ୍ପତି ପଦ ପାଇଛନ୍ତି। ୧୯୯୫ ନିର୍ବାଚନରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ସେହିପରି ସୂର୍ଯ୍ୟ ନାରାୟଣ ପାତ୍ର ପୂର୍ବ ମୋହନା ଓ ବର୍ତ୍ତମାନର ଦିଗପହଣ୍ଡି କ୍ଷେତ୍ରରୁ ୨୦୦୦ରୁ ୨୦୧୯ ମଧ୍ୟରେ ୫ ଥର ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ସେ ମୋହନାରୁ ୨ ଥର ଜନତା ଦଳରୁ ନିର୍ବାଚିତ ହୋଇଥିଲେ। ସେ ଏକାଧିକ ଥର ମନ୍ତ୍ରୀ ଓ ଶେଷରେ ବାଚସ୍ପତି ହୋଇଥିଲେ।

ଅପରପକ୍ଷରେ ଖଲ୍ଲିକୋଟ ଆସନରୁ ୨୦୦୦ରୁ ୨୦୦୪ ମଧ୍ୟରେ ୨ ଥର ସୁଜ୍ଞାନ ଦେଓ, ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସେଠୀ ୨ ଥର ଏବଂ ୨୦୧୯ ନିର୍ବାଚନରେ ସୂର୍ଯ୍ୟମଣି ବୈଦ୍ୟ ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ତେଣୁ ବିଜେଡି ଗଠନଠାରୁ ଏଯାବତ୍‌ ସେହି ଆସନ ବିଜେଡି ଦଖଲରେ ଅଛି। ସେହିପରି ଚିକିଟିରୁ ଉଷା ଦେବୀ ୨୦୦୦ରୁ ୨୦୧୯ ନିର୍ବାଚନରେ ବିଜେଡିରୁ ଲଗାତର ଭାବେ ୫ ଥର ଜିତିଛନ୍ତି। ସେ ମଧ୍ୟ ଏକାଧିକ ଥର କ୍ୟାବିନେଟ ମନ୍ତ୍ରୀ ପଦ ପାଇ ରେକର୍ଡ କରିଛନ୍ତି। ଜିଲାର କୋଦଳା ନିର୍ବାଚନ ମଣ୍ଡଳୀ ଉଚ୍ଛେଦ ହୋଇ ପୋଲସରା ନାମରେ ନାମିତ ହୋଇଛି। ୨୦୦୦ ନିର୍ବାଚନରେ ବିଜେଡିରୁ ରାମକୃଷ୍ଣ ପଟ୍ଟନାୟକ ଜିତିଥିଲେ। ୨୦୦୪ ଓ ୨୦୦୯ରେ ପୋଲସରାରୁ ନିରଞ୍ଜନ ପ୍ରଧାନ ଏବଂ ୨୦୧୪ ଓ ୨୦୧୯ ନିର୍ବାଚନରେ ଶ୍ରୀକାନ୍ତ ସାହୁ ବିଜେଡି ବିଧାୟକ ହୋଇଛନ୍ତି। ଶ୍ରୀକାନ୍ତ ଏବେ ଶ୍ରମମନ୍ତ୍ରୀ ହୋଇଛନ୍ତି। ବ୍ରହ୍ମପୁର ଆସନରୁ ୨୦୦୦ରୁ ୨୦୧୪ ମଧ୍ୟରେ ବିଜେଡିରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବଂ ୨୦୧୯ ନିର୍ବାଚନରେ ବିକ୍ରମ କୁମାର ପଣ୍ଡା ବିଜେଡି ବିଧାୟକ ହୋଇଛନ୍ତି । ତେଣୁ ଏହି ଆସନ ଶାସକ ଦଳ ଅକ୍ତିଆରରେ ରହିଛି।

ବିଜେଡି ଓ ଭାଜପା ମେଣ୍ଟ ଥିବାବେଳେ ଛତ୍ରପୁରରୁ ୨୦୦୦ ନିର୍ବାଚନରେ ରାମଚନ୍ଦ୍ର ପଣ୍ଡା ଭାଜପାରୁ ଏବଂ ସୋରଡ଼ାରୁ ୨୦୦୪ ନିର୍ବାଚନରେ ଭାଜପାରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂଦେଓ ଜିତିଥିଲେ। ମେଣ୍ଟ ଭାଙ୍ଗିବାରୁ ୨୦୦୯ରୁ ୨୦୧୯ ମଧ୍ୟରେ ବିଜେଡିରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ବିଧାୟକ ହୋଇଛନ୍ତି। ସେହିପରି ଛତ୍ରପୁରରୁ ୨୦୦୪ରେ ସିପିଆଇରୁ ନାରାୟଣ ରେଡ୍ଡୀ ଓ ୨୦୦୯ ନିର୍ବାଚନରେ ସିପିଆଇରୁ ଆଦିକନ୍ଦ ସେଠୀ ନିର୍ବାଚିତ ହୋଇଥିଲେ। ୨୦୧୪ରେ ପ୍ରିୟାଂଶୁ ପ୍ରଧାନ ଓ ୨୦୧୯ ନିର୍ବାଚନରେ ସୁବାସ ଚନ୍ଦ୍ର ବେହେରା ବିଜେଡିରୁ ବିଧାୟକ ହୋଇଛନ୍ତି। ଆସିକା ଆସନରୁ ୨୦୦୦ରେ ଦେବରାଜ ମହାନ୍ତି, ୨୦୦୪ରେ ସ୍ବାଧୀନ ପ୍ରାର୍ଥୀ ସରୋଜ ପାଢ଼ୀ ଜିତିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ପୁଣି ବିଜେଡିରୁ ଦେବରାଜ ମହାନ୍ତି ନିର୍ବାଚିତ ହେବା ପରେ ୨୦୧୯ ନିର୍ବାଚନରେ ବିଜେଡିରୁ ମଞ୍ଜୁଳା ସ୍ବାଇଁ ବିଧାୟିକା ହୋଇଛନ୍ତି।

ଗୋପାଳପୁର ଆସନରୁ ୨୦୦୦ ନିର୍ବାଚନରେ ବିଜେଡିରୁ ରାମଚନ୍ଦ୍ର ସେଠୀ ଜିତିଥିବା ବେଳେ ୨୦୦୪ରେ କଂଗ୍ରେସରୁ ତ୍ରିନାଥ ବେହେରା ନିର୍ବାଚିତ ହୋଇଥିଲେ। ୨୦୦୯ରୁ ୨୦୧୯ ମଧ୍ୟରେ ଲଗାତର ଭାବେ ପ୍ରଦୀପ ପାଣିଗ୍ରାହୀ ବିଜେଡି ବିଧାୟକ ହୋଇଥିଲେ। ଏବେ ସେ ଦଳରୁ ବହିଷ୍କୃତ ହୋଇଛନ୍ତି। ସେହିପରି କବିସୂର୍ଯ୍ୟନଗର ଆସନରୁ ୨୦୦୦ ନିର୍ବାଚନରେ ସିପିଆଇରୁ ନିତ୍ୟାନନ୍ଦ ପ୍ରଧାନ, ୨୦୦୪ରେ ଲଢ଼ୁ କିଶୋର ସ୍ବାଇଁ ବିଜେଡିରୁ ଜିତିଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ସୁଜ୍ଞାନ ଦେଓ ଏବଂ ୨୦୧୯ ନିର୍ବାଚନରେ ଲତିକା ପ୍ରଧାନ ବିଜେଡିରୁ ନିର୍ବାଚିତ ହୋଇଛନ୍ତି। ଧରାକୋଟ ଓ ସାନଖେମୁଣ୍ଡି ବ୍ଲକକୁ ନେଇ ନୂଆ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ହେବା ପରେ ୨୦୦୯ ନିର୍ବାଚନରେ କଂଗ୍ରେସରୁ ରମେଶ ଜେନା ଓ ୨୦୧୪ ନିର୍ବାଚନରେ ବିଜେଡିରୁ ନନ୍ଦିନୀ ଦେବୀ ଏବଂ ୨୦୧୯ ନିର୍ବାଚନରେ ପୁଣି କଂଗ୍ରେସରୁ ରମେଶ ଜେନା ବିଧାୟକ ହୋଇଛନ୍ତି। ତେଣୁ ଉପରୋକ୍ତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ବିଭିନ୍ନ ସମୟରେ ରାଜନୀତି ବଦଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ମହୁମାଛି ନେଇଗଲେ ଜୀବନ…

ଲାଞ୍ଜିଗଡ଼,୨୧ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri