Posted inଫୁରସତ

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ ପାଇଁ ଏହି ଉକ୍ତି ସତ୍ୟ ପ୍ରମାଣିତ ହୋଇଛି। ସେ ନିକଟରେ ବିଶ୍ୱର ସମସ୍ତ ୭ ମହାଦେଶକୁ ଯାତ୍ରା କରି ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଏଥିପାଇଁ ଡୋରୋଥୀଙ୍କୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ‘ୟେସ୍‌ ଥିଓରି’ର ନିର୍ମାତା ଅମର କାଣ୍ଡିଲ ଓ ଷ୍ଟାଫନ୍‌ ଟେଲରଙ୍କ ସହାୟତା ମିଳିଥିଲା।
ରେଡ୍‌ଉଡ୍‌ସ ରିଟାୟାରମେଣ୍ଟ ଗ୍ରାମରେ ଶୁଟିଂ କରୁଥିବାବେଳେ କାଣ୍ଡିଲ ଏବଂ ଟେଲର ଡୋରୋଥୀଙ୍କୁ ଭେଟିଥିଲେ। ୭ ମହାଦେଶକୁ ଯାତ୍ରା କରିବା ନେଇ ଡୋରୋଥୀଙ୍କ ଇଚ୍ଛା ଏବଂ ଆବେଗକୁ ଦେଖି ଉଭୟେ ଅଭୀଭୂତ ହୋଇଥିଲେ ଏବଂ ତାଙ୍କୁ ସାହାଯ୍ୟ କରିବାକୁ ସ୍ଥିର କରିଥିଲେ। ସେମାନେ ଡୋରୋଥୀଙ୍କ ପାଇଁ ଭ୍ରମଣ ମାର୍ଗ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ସପ୍ତାହରେ ଡୋରୋଥୀ ଅଷ୍ଟ୍ରେଲିଆର ସିଡ୍‌ନୀରେ ପହଞ୍ଚି ନିଜର ୭ ମହାଦେଶ ଭ୍ରମଣ ପାଇଁ ଦେଖିଥିବା ସ୍ବପ୍ନକୁ ପୂରା କରିଥିଲେ। କାଣ୍ଡିଲ ଏବଂ ଟେଲର ମଧ୍ୟ ସିଡ୍‌ନୀରେ ପହଞ୍ଚି ଡୋରୋଥୀଙ୍କ ଖୁସିରେ ସାମିଲ ହୋଇଥିଲେ।
ତେବେ ସିଡ୍‌ନୀ ପାଇଁ ବିମାନ ଉଡ଼ାଣ ପୂର୍ବରୁ ଅଷ୍ଟ୍ରେଲିଆର ସର୍ବବୃହତ ଏୟାର ଲାଇନ୍ସ ‘କ୍ୱାଣ୍ଟସ୍‌’ର ପାଇଲଟ୍‌ ଏବଂ କ୍ରିଉ ସଦସ୍ୟମାନେ ଡୋରୋଥୀଙ୍କୁ ସମ୍ମାନିତ କରିଥିଲେ। ୭ ମହାଦେଶ ଭ୍ରମଣର ବିରଳ ରେକର୍ଡକୁ ହାସଲ କରିପାରିଥିବାରୁ ଡୋରୋଥୀଙ୍କୁ ଏହି ସମ୍ମାନ ମିଳିଥିଲା।
ଅଷ୍ଟ୍ରେଲିଆରେ ପହଞ୍ଚି ସେ ସିଡ୍‌ନୀ ହାର୍ବର୍‌ କ୍ରୁଜ୍‌, ୱାଇଲ୍ଡ ଲାଇଫ୍‌ ସିଡନୀ ଜୁ, ସିଡ୍‌ନୀ ଅପେରା ହାଉସ୍‌ ଏବଂ ବୋନି ବିଚ୍‌ ପରି ଦର୍ଶନୀୟ ସ୍ଥାନ ଭ୍ରମଣ କରି ଉପଭୋଗ କରିଥିଲେ। ସେହିପରି ଡୋରୋଥୀ ସିଡ୍‌ନୀର ବଟାନିକାଲ ଗାର୍ଡେନ୍‌ ଏବଂ ଆର୍ଟ ମ୍ୟୁଜିୟମରେ ମଧ୍ୟ ସମୟ ଅତିବାହିତ କରିଥିଲେ। ଏହି ଅବସରରେ ‘ୟେସ୍‌ ଥିଓରି’କୁ ସାକ୍ଷାତ୍‌କାର ଦେଇ ଡୋରୋଥୀ କହିଛନ୍ତି, କୌଣସି ଦୁଃସାହସିକ କାର୍ଯ୍ୟ ପାଇଁ କଦାପି ବିଳମ୍ବ କରିବା ଉଚିତ ନୁହେଁ। କେବଳ ଚେଷ୍ଟା କରନ୍ତୁ ଏବଂ ଦେଖନ୍ତୁ ସଫଳତା ନିଶ୍ଚିତ ମିଳିବ। ବିଶ୍ୱର ପ୍ରତ୍ୟେକ କୋଣରେ ଥିବା ବିଭିନ୍ନ ଦେଶଗୁଡ଼ିକର ବୈଶିଷ୍ଟ୍ୟ, ଚାଲିଚଳନ ଆଦି ଅଲଗା ହୋଇଥିବାରୁ ଏହି ୭ ମହାଦେଶର ଯାତ୍ରା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ଥିଲା ବୋଲି ଡୋରୋଥୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri