Categories: ଜାତୀୟ

ନିଆଁକୁ ଆୟତ୍ତ କରିବାକୁ ଯାଇ ପୋଡି ହୋଇଗଲେ ୭ ପୋଲିସ କର୍ମଚାରୀ

ପାଟନା,୨୯।୧୦: ବିହାରର ଔରଙ୍ଗାବାଦ୍‌ରେ ଶୁକ୍ରବାର ରାତିରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଦୁଇ ମହଲା କୋଠାରେ ନିଆଁ ଲାଗିଯିବା ପରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହାସହ ନିଆଁକୁ ଆୟତ୍ତ କରିବା ସମୟରେ ୭ ଜଣ ପୋଲିସ କର୍ମଚାରୀ ପୋଡି ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଔରଙ୍ଗାବାଦର ତେଲି କଲୋନୀରେ ଛଠ ପର୍ବ ପାଇଁ ପ୍ରସାଦ ପ୍ରସ୍ତୁତି ଚାଲିଥିବା ବେଳେ ଗ୍ୟାସ ଲିକ୍‌ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

 

 

Share