ବରଗଡ଼ ଅଫିସ,୨୬।୭: ବରଗଡ଼ ଜିଲାରେ ରବିବାର ପୁଣି ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ ବରପାଲି ବ୍ଲକ ଅନ୍ତର୍ଗତ ଟିଙ୍ଗିପାଲି ଗ୍ରାମର ହୋଇଥିବା ବେଳେ ଅନ୍ୟ ୨ଜଣ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ. ୧ ବ୍ରହ୍ମନଗର ଅଟନ୍ତି। ସେମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ। ସମସ୍ତଙ୍କୁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।
ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୩୫୩ରେ ପହଞ୍ଚିଛି। ସେଥିରୁ ୨୫୬ ଜଣ ସୁସ୍ଥ ହୋଇ ଥିବା ବେଳେ ୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ଜଣଙ୍କର ମୃତ୍ୟୁ ଘଟିଛି।