ବାଲେଶ୍ୱରରେ ପୁଣି ୭ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଲା

ବାଲେଶ୍ୱର ଅଫିସ,୨୬ା୬: ଶୁକ୍ରବାର ବାଲେଶ୍ୱର ଜିଲାରୁ ଆଉ ୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ବସ୍ତା ଏବଂ ବାହାନଗା ବ୍ଲକର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଏଥିରେ ସ୍ଥାନୀୟ ସଂକ୍ରମିତ ମଧ୍ୟ ଅଛନ୍ତି। ସେ ନେଇ ସବିଶେଷ ତଥ୍ୟ ମିଳିପାରିନାହିଁ। ଜିଲାରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ୍‌ ୩୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୨ ଜଣ ଚିକିତ୍ସାଧୀନ। ୨୧୯ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।