ବୁଗୁଡ଼ା,୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କଳମ୍ବ ପଞ୍ଚାୟତ ଅନ୍ତର୍ଗତ କଳମ୍ବ ଛକରେ ଜଣେ ଏବଂ ଡେଙ୍ଗାପଦରରେ ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୋଷ୍ଠୀ ସଂକ୍ରମଣକୁ ଦୃଷ୍ଟିରେ ରଖି କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିଭା ରାଣୀ ଜେନା ଜିଲାପାଳ କ୍ଷମତା ପ୍ରଯୋଗ କରି ଆସନ୍ତା ମଙ୍ଗଳବାର ଯାଏ, ୮ଦିନ ପାଇଁ ଡେଙ୍ଗାପଦର ଓ କଳମ୍ବ ଛକକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏହା ସହ ଉକ୍ତ ପଞ୍ଚାୟତର ଦଶିପୁର,ଡେହୁକା, କଳମ୍ବ, କାଦପଡା,ଘୋଡାପଡା,ସୁନାକେରା ଆଦି ଗ୍ରାମକୁ ଶଟଡାଉନ ଘୋଷଣା କରିଛନ୍ତି। କେବଳ କଳମ୍ବ ଛକରେ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ଲୋକଙ୍କୁ ୮ ଦିନ ଘରୁ ବାହାରକୁ ବାହାରିବାକୁ ମନା ହୋଇଥିବା ସରପଞ୍ଚ କହିଛନ୍ତି।