Categories: ଜାତୀୟ

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ ସମର୍ଥନ କରିବେ। ସେମାନଙ୍କ ମଧ୍ୟରେ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ୍‌, ବ୍ରିଟେନ୍‌, ଜର୍ମାନୀ ଆଦି ଦେଶ ରହିଛନ୍ତି। ରୁଷ୍‌ ବର୍ତ୍ତମାନ ସୁଦ୍ଧା ଭାରତର ସମର୍ଥନ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛି। ତେବେ ରୁଷ୍‌ ସମ୍ପୂର୍ଣ୍ଣ ହଁ ନ କହି ଚୁପ୍‌ ରହିଛି। ସେହିପରି ଚାଇନାକୁ ପାକିସ୍ତାନ ଏବଂ ଉତ୍ତରକୋରିଆର ସମର୍ଥନ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ଭାରତ ପାଖରେ ୧୪୪୪ ହଜାର ସେନା ଯବାନ ରହିଛନ୍ତି। ଅପରପକ୍ଷରେ ଚାଇନା ପାଖରେ ୨୧୮୩ ହଜାର ସୈନ୍ୟବଳ ରହିଛି। ଭାରତ ମିତ୍ରଶକ୍ତିଙ୍କ ପାଖରେ ୩୧୫୧୧୬୦ ସୈନ୍ୟ ରହିଛନ୍ତି। ଭାରତ ପାଖରେ ଗୋଟିଏ ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଚାଇନା ପାଖରେ ୨ଟି ଏୟାର କ୍ରାଫ୍ଟ କ୍ୟାରିୟର ଅଛି। ମିତ୍ରମଶକ୍ତି ପାଖରେ ୨୭ଟି ଏୟାର କ୍ରାଫ୍ଟ କ୍ୟାରିୟର ରହିଛି। ଭାରତ ପାଖରେ ୧୬ ବୁଡ଼ାଜାହାଜ ଥିବାବେଳେ ଚାଇନା ପାଖରେ ୭୪ଟି ଅଛି। ମିତ୍ରଶକ୍ତି ପାଖରେ ୧୦୮ ବୁଡ଼ାଜାହାଜ ରହିଛି। ଚାଇନା ପାଖରେ ୧୨୩୨ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ଏହାର ସଂଖ୍ୟା ୫୩୮ ଅଛି। ମିତ୍ରଶକ୍ତି ପାଖରେ ୨୯୮୪ ଯୁଦ୍ଧ ବିମାନ ରହିଛି। ଭାରତ ପାଖରେ ୪୨୯୪ ଟ୍ୟାଙ୍କ ଅଛି। ଅପରପକ୍ଷରେ ଚାଇନା ପାଖରେ ୩୫୦୦ ଟ୍ୟାଙ୍କ ରହିଛି। ସେହିପରି ମିତ୍ରଶକ୍ତି ପାଖରେ ୧୧୬୪୪ ଟ୍ୟାଙ୍କ ଅଛି। ମିତ୍ରଶକ୍ତିଙ୍କ ଯୋଗୁ ଭାରତର ସାମରିକ ଶକ୍ତି ଚାଇନା ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।

Share