୭ କୋଟିର ନକଲି ଔଷଧ ଜବତ

ଭୁବନେଶ୍ୱର,୩ା୩(ବ୍ୟୁରୋ):ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି ଔଷଧ ଜବତ ହେଉଛି। ଏହା କେଉଁଠୁ ଆସୁଛି ତାହା ଜାଣିବା ପାଇଁ ଓଡ଼ିଶା ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହାୟତା ଲୋଡ଼ିଥିଲେ। ଓଡ଼ିଶା ସରକାରଙ୍କ ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ ଷ୍ଟେଟ ଟାକ୍ସ ଫୋର୍ସ ବୁଧବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭କୋଟି ଟଙ୍କାର ନକଲି ଔଷଧ ଜବତ କରିଥିବା ଜଣାପଡ଼ିଛି। ଓଡ଼ିଶାର ବରଗଡ଼ ଓ ଝାରସୁଗୁଡ଼ା ଜିଲାରୁ ମିଳିଥିବା ସମସ୍ତ ନକଲି ଔଷଧ ଉତ୍ତର ପ୍ରଦେଶରୁ ଆସିଥିବା ଜଣାପଡ଼ିଛି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାନୁସାରେ, ଉତ୍ତର ପ୍ରଦେଶ ଷ୍ଟେଟ ଟାକ୍ସ ଫୋର୍ସ ବୁଲନ୍ଦସହରର ସିକନ୍ଦରାବାଦ ପୋଲିସ ଷ୍ଟେଶନ ଅନ୍ତର୍ଗତ ଅଶୋକ କୁମାରଙ୍କ ଘର ଉପରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ପରେ ଅଶୋକଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଲହତାରା ଥାନା ଅନ୍ତର୍ଗତ ଅନ୍ୟ ଏକ ଗୋଦାମ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେଠାରୁ ବହୁ ପରିମାଣର ନକଲି ଔଷଧ ଓ ନଗଦ ଟଙ୍କା ମଧ୍ୟ ଜବତ ହୋଇଥିଲା। ଜବତ ହୋଇଥିବା ଔଷଧର ମୂଲ୍ୟ ପ୍ରାୟ ୭.୩୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନଗଦ ଆକାରରେ ୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହି ଚଢ଼ାଉ ପରେ ଏକ ବଡ଼ଧରଣର ନକଲି ଔଷଧ ରାକେଟର ପର୍ଦ୍ଦାଫାଶ କରିଛି।
ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃୟାରୀ ମଧ୍ୟଭାଗରେ ଆନ୍ତଃରାଜ୍ୟ ନକଲି ଔଷଧ ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ବତନ୍ତ୍ର ଟିମ୍‌ ଗଠନ କରି ଉତ୍ତରପ୍ରଦେଶ ପଠାଇଥିଲେ। ଏହି ତଦନ୍ତରେ ସହାୟତା ନିମନ୍ତେ ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ ଉତ୍ତରପ୍ରଦେଶ ସରକାରଙ୍କ ସମ୍ପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ। ଓଡ଼ିଶା ଟିମ୍‌ଠାରୁ ପ୍ରାପ୍ତ ସୂଚନା ଭିତ୍ତିରେ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ, ଗିରଫ ଓ ପଚରାଉଚୁରା ଜାରି ରହିଛି। ରାଜ୍ୟ ସରକାର ପଠାଇଥିବା ସ୍ବତନ୍ତ୍ର ଟିମ୍‌ ତାଙ୍କର ଅନୁସନ୍ଧାନ କାର୍ଯ୍ୟ ଚଳାଇ ରଖିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧମକ ଦେଇ ଥରିଲେ ବିଲୱାଲ, ରାତି ଅଧରେ ପାକିସ୍ତାନ ଛାଡି କାନାଡା ପଳାଇଲେ…

ଇସଲାମବାଦ,୨୭।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରି ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ...

ବିନା ସୂଚନାଫଳକରେ ଚାଲିଛି ଉପ-ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ, ନିମ୍ନମାନର ଅଭିଯୋଗ

କେସିଙ୍ଗା,୨୭ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଶିରୋଲସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ପଛପଟରେ ସ୍ବାସ୍ଥ୍ୟ ବିଭାଗର ଏନ୍‌ଆର୍‌ଏଚ୍‌ଏମ୍‌ ଦ୍ୱାରା ୫୫ଲକ୍ଷ ବ୍ୟୟ ଅଟକଳରେ...

ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?

ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ...

ଭେଣ୍ଡିଂ ଜୋନ୍‌ରେ ବସୁନାହାନ୍ତି ଉଠା ପରିବା ଦୋକାନୀ

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଉଠା ପନିପରିବା ବେପାରୀମାନଙ୍କ ଲାଗି ବଡ଼ ବଜାର ଭାରତୀ ବିଦ୍ୟାପୀଠ ସମ୍ମୁଖ ଓ ସାନ ବଜାର ବ୍ଲକ ସମ୍ମୁଖରେ ଭେଣ୍ଡିଂ ଜୋନ ନିର୍ମାଣ...

ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା: ପଡ଼ିପାରେ କୁଆପଥର

ଭୁବନେଶ୍ୱର,୨୭ା୪: ରାଜ୍ୟର ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସୂଚନା ଜାରି କରିଛି...

ବର୍ଡରରୁ ମିଳିଲା ପାକିସ୍ତାନର ଖୁଫିଆ ବଙ୍କର୍‌, ଭିତରକଥା ଜାଣିଲେ…

ଇସଲାମବାଦ,୨୭।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ସତର୍କତା ଜାରି କରାଯାଇଛି। ବିଶେଷକରି ଜମ୍ମୁ-କଶ୍ମୀର ସୀମା ସଂଲଗ୍ନ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା...

ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼ରେ ଧାନଫସଲ ନଷ୍ଟ, ବିଦ୍ୟୁତ୍‌ ସେବା ବନ୍ଦ

\ନୂଆପଡ଼ା,୨୭।୪(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଳକ ଅଧୀନ ବୁଦ୍ଧିକୋମନା ପଞ୍ଚାୟତର ପଣ୍ଡରାପଥର ଏବଂ ସ୍ଥାନୀୟ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି।...

ଜଳପ୍ରପାତରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଚନ୍ଦନଗିରି ନିକଟ ପାଟହରା ଜଳପ୍ରପାତରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସଠିକ୍‌ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image