ମିଳିଲା ୭ କୋଟି ବର୍ଷ ପୁରୁଣା ଡାଇନୋସର ଅଣ୍ଡା

ବେଜିଂ,୨୩।୧୨: ବୈଜ୍ଞାନିକମାନେ ଚାଇନାରେ ଏକ ଡାଇନୋସର ଅଣ୍ଡାର ଜୀବାଶ୍ମ ଉଦ୍ଧାର କରିଛନ୍ତି। ଏହି ଅଣ୍ଡା ଭିତରେ ଏକ ଭଲ ସଂରକ୍ଷିତ ଡାଇନୋସର ଭ୍ରୁଣ ଥିବା ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱାସ କରାଯାଏ ଯେ ଡାଇନୋସର ଅଣ୍ଡା ୬୬-୭୨ ମିଲିୟନ୍‌ (୭ କୋଟି ୨୦ ଲକ୍ଷ) ବର୍ଷ ପୁରୁଣା। ବୈଜ୍ଞାନିକମାନେ ଏହି ଭ୍ରୁଣର ନାମ ରଖିଛନ୍ତି ‘ବେବି ୟିଙ୍ଗଲିଆଙ୍ଗ’ ‘Baby Yingliang’। ଚାଇନାର ଜିଆଙ୍ଗସି ପ୍ରଦେଶର ଗାନଜୋ ସହରରେ ବୈଜ୍ଞାନିକମାନେ ଏହି ଅଣ୍ଡା ପାଇଛନ୍ତି। ଏହି ଅଣ୍ଡା ଗାନଜୋ ସହରର ଶାହେ ଇଣ୍ଡଷ୍ଟ୍ରିଆଲ ପାର୍କରେ ଥିବା ‘ହେକୋଉ ଫର୍ମେସନ’ର ପଥରରେ ପଡ଼ି ରହିଥିଲା।
ବର୍ମିଂହାମ ବିଶ୍ୱବିଦ୍ୟାଳୟର ପାଲିଓଣ୍ଟୋଲୋଜିଷ୍ଟମାନେ ମିଳିଥିବା ଭ୍ରୁଣ ବିଷୟରେ ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଏହି ଡାଇନୋସର ଭ୍ରୁଣ ଓଭିରାପ୍ଟୋରୋସର ପ୍ରଜାତିର ଅଟେ। ଏହି ପ୍ରଜାତିର ଡାଇନୋସରମାନଙ୍କର ଦାନ୍ତ ନ ଥିଲା କିନ୍ତୁ ଏକ ଥଣ୍ଟ ଥିଲା। ଓଭିରାପ୍ଟୋରୋସର ବଂଶ ଏସିଆ ଏବଂ ଉତ୍ତର ଆମେରିକାର ପଥରରେ ମିଳିଥିଲା। ସେମାନଙ୍କର ଥଣ୍ଟ ଏବଂ ଶରୀରର ଆକାର ଭିନ୍ନ ଥିଲା। ଏହା ତାଙ୍କୁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଅନୁମତି ଦେଲା। ଚାଇନାରେ ମିଳୁଥିବା ଏହି ଡାଇନୋସର ଭ୍ରୁଣ ଏପର୍ଯ୍ୟନ୍ତ ସବୁଠାରୁ ଜଣାଶୁଣା ଭ୍ରୁଣ ଅଟେ। ବୈଜ୍ଞାନିକମାନେ ‘ବେବି ୟିଙ୍ଗଲିଆଙ୍ଗ’ର ଆବିଷ୍କାରକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

Share