ନୂଆଦିଲ୍ଲୀ, ୨୨।୭: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀର ସ୍ଥିତି ଅଣାୟତ୍ତ ରହିଛି। ଏପରିସ୍ଥଳେ ଅଧିକ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିଲ୍ଲୀ ବିମାନ ବନ୍ଦର ପକ୍ଷରୁ ବିଦେଶୀ ଯାତ୍ରୀଙ୍କ ଲାଗି ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ଏଣିକି ବିଦେଶୀ ଯାତ୍ରୀ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରହିବେ। ଏହାପରେ ସେମାନଙ୍କୁ ନିଜ ଘରେ ଏକ ସପ୍ତାହ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ିବ। ସମସ୍ତ ଖର୍ଚ୍ଚ ଯାତ୍ରୀ ବହନ କରିବେ ବୋଲି ଏଥିରେ ଦର୍ଶାଯାଇଛି। ଏଥିପାର୍ଇ ଯାତ୍ରୀମାନଙ୍କୁ ଏକ ଅଣ୍ଡରଟେକିଂ ମଧ୍ୟ ସ୍ବାକ୍ଷର କରିବାକୁ ପଡ଼ିବ ବୋଲି ଦିଲ୍ଲୀ ବିମାନ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ତେବେ ଗର୍ଭବତୀ ଏବଂ ୧୦ ବର୍ଷରୁ କମ୍ ବୟସ୍କଙ୍କ କ୍ଷେତ୍ରରେ କେତେକ ସସର୍ତ୍ତ କୋହଳ ବ୍ୟବସ୍ଥା ଲାଗୁ ହେବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।