ନୂଆଦିଲ୍ଲୀ,୨୬।୮: ଅଗଷ୍ଟ ମାସରୁ ପାର୍ବଣର ପର୍ବ ଆରମ୍ଭ ହେଉଛି। ଫଳରେ ଅଗଷ୍ଟ ୩୧ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୪ ଦିନ ବ୍ୟାଙ୍କ ଛୁଟି ରହିବ ବୋଲି ଜଣାପଡିଛି। ଏହି ମାସ ଶେଷ ହେବାକୁ ଆଉ ମାତ୍ରା ୬ଦିନ ବାକି ଥିବାବେଳେ ଶେଷ ୪ ଦିନ ବ୍ୟାଙ୍କର ଛୁଟିଦିନ ପଡୁଛି। ଅଗଷ୍ଟ ୨୮ମାସର ଶେଷ ଶନିବାର ପଡୁଥିବା ବେଳେ ୨୯ ଅଗଷ୍ଟ ରବିବାର। ସେହିପରି ଅଗଷ୍ଟ ୩୦ ଓଡ଼ିଶାରେ ଜନ୍ମାଷ୍ଟମୀ ଏବଂ ୩୧ରେ ମଧ୍ୟ ହ୍ରାଇଦ୍ରାବାଦରେ ଜନ୍ମାଷ୍ଟମୀ ଯୋଗୁ ବ୍ୟାଙ୍କଗୁଡିକ ଛୁଟି ରହିବ। ଅପରପକ୍ଷରେ ଆର୍ବିଆଇ ପକ୍ଷରୁ ଜାରି ବ୍ୟାଙ୍କ ଛୁଟି ଅନୁସାରେ ଚଳିତ ଅଗଷ୍ଟ ମାସରେ ମୋଟ ୧୫ଟି ବ୍ୟାଙ୍କ ଛୁଟିଦିନ ପଡିଥିଲା। ଓଡ଼ିଶା କ୍ଷେତ୍ରର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ସୂଚନା ଅନୁସାରେ ରାଜ୍ୟରେ ଲଗାତର ୩ଦିନ ବ୍ୟାଙ୍କ ବନ୍ଦ ରହିବ।