ବଲାଙ୍ଗୀର ୪ ଦିନ ଶଟ୍‌ଡାଉନ୍‌ ଘୋଷଣା: ବନ୍ଦ ରହିବ ଏସବୁ କାର୍ଯ୍ୟ

ବଲାଙ୍ଗୀର ଅଫିସ,୬।୮: ବଲାଙ୍ଗୀର ଜିଲାକୁ ଗୁରୁବାର ୪ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଅଗଷ୍ଟ ୮ରୁ ୧୧ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ନେଇ ଜିଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ ଜିଲା ଭିତରେ ସମସ୍ତ ପରିବହନ କାର୍ଯ୍ୟ ବନ୍ଦ ରହିବ। ଦୋକାନ ବଜାର, ସରକାରୀ ଓ ଘରୋଇ ପ୍ରତିଷ୍ଠାନ ବନ୍ଦ ରହିବ। ମେଡିକାଲ, ଜଳାଯୋଗାଣ, ପରିମଳ ଆଦି ଜରୁରୀ ସେବା ଚାଲୁ ରହିବ। ଏହାଛଡ଼ା ମାଲବାହୀ ଗାଡ଼ି, ଶିଳ୍ପ ପ୍ରତିଷ୍ଠାନ, ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି।

Share