Categories: ଜାତୀୟ

ମହାରାଷ୍ଟ୍ରର ଏହି ଦୁଇ ସହର ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ମୁମ୍ବାଇ,୨୧।୨: ମହାରାଷ୍ଟ୍ରରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଅମରାବତୀ ସହର ଏବଂ ଅଚଲପୁରରେ ସପ୍ତାହକ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯାଇଛି। ଏହି ଅଞ୍ଚଳରେ ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏପରି ଲକ୍‌ଡାଉନ ଘୋଷଣା କରାଯାଇଛି।
୨୦ ଫେବୃୟାରୀରେ କେବଳ ମହାରାଷ୍ଟ୍ରରୁ ୬,୨୮୧ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାର ମୁଖ୍ୟ କାରଣ ହେଲା ଲୋକେ କରୋନା କଟକଣାକୁ ବେଖାତିର କରିବା। ସାମାଜିକ ଦୂରତା ରକ୍ଷା କରୁନାହାନ୍ତି। ମାସ୍କ ନ ପିନ୍ଧି ଏହିଦିନ ମୁମ୍ବାଇରେ ୧୬,୧୫୪ ଲୋକ ଜରିମାନା ଗଣିଛନ୍ତି। ତେଣୁ ଏମାନଙ୍କ ଉପରେ ବିଏମ୍‌ସି ପକ୍ଷରୁ ୩୨ ଲକ୍ଷ ଟଙ୍କର ଜରିମାନା କରାଯାଇଛି।

Share