Categories: ଜାତୀୟ

ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ : କୋଠା ତଳେ ଚାପିହୋଇ ୭ ମୃତ

ଗୋଣ୍ଡା, ୨।୬: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲାରେ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟି ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଘଟଣରେ ୭ ଜଣ ଆହତ ହୋଇଥିବାବେଳେ ୨ କୋଠା ଘର ଭୁଷୁଡ଼ି ପଡ଼ିଛି। ଭଙ୍ଗାକୋଠା ତଳେ ଜଣେ ବ୍ୟକ୍ତି ଫଶିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଜାରିଥିବା ପୋଲିସ ଅଧିକାରୀ କହିଛନ୍ତି।

ଗୋଣ୍ଡା ଜିଲାର ତିକ୍ରି ଗାଁର ଏକ ଘରେ ଗତ ରାତିରେ ରୋଷେଇ ଚାଲୁଥିବାବେଳେ କୌଣସି କାରଣରୁ ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ଘଟିଥିଲା। ଏଥିଯୋଗୁ ଭୁଷୁଡ଼ି ପଡ଼ିଥିଲା ଦୁଇ କୋଠାଘର। ଆଉ ଏହା ତଳେ ଚାପି ହୋଇଯାଇଥିଲେ ଦୁଇ ପରିବାରର ୧୫ ଜଣ ସଦସ୍ୟ।

ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭଙ୍ଗା କୋଠାତଳୁ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ମୃତ ଘୋଷଣା କରାଯାଇଥିବାବେଳେ ଅନ୍ୟମାନେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ବୋଲି ଏସ୍‌ପି ସନ୍ତୋଷ କୁମାର ମିଶ୍ର କହିଛନ୍ତି ।

Share