Categories: ଜାତୀୟ

୬ ମହଲା ବିଲ୍ଡିଂ ଭୁଶୁଡ଼ିବା ଘଟଣା, ଉଦ୍ଧାର ହେଲା ୭ ମୃତଦେହ

ସୁରତ, ୭।୭: ଗୁଜୁରାଟର ସୁରତ ଅଞ୍ଚଳରେ ଶନିବାର ଏକ ୬ ମହଲା ବିଲ୍ଡିଂ ଭୁଷୁଡ଼ିବା ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଅଧିକାରୀକ ସ୍ତରରେ ସୂଚନା ଦିଆଯାଇଛି । ଏହି ବିଲ୍ଡିଂ ବେଆଇନ୍‌ ଭାବେ ୨୦୧୭ ମସିହାରେ ନିର୍ମାଣ କରାଯାଇଥିଲା । ସଚିନ୍‌ ପଲ୍ଲି ଭିଲେଜ୍‌ ଅଞ୍ଚଳରେ ନିର୍ମିତ ଏହି ବିଲ୍ଡିଂ ପ୍ରାୟତଃ ଫାଙ୍କା କରାଯାଇଥିବା ବେଳେ ୫ ଟି ଫ୍ଲାଟ୍‌ରେ ଲୋକେ ରହୁଥିଲେ ।

ବିଲ୍ଡିଂ ଭୁଶୁଡ଼ିବା ପରେ ଲୋକେ ଏହାର ତଳେ ଚାପି ହୋଇ ରହିଥିବାରୁ ରାତିସାରା ସର୍ଚ୍ଚ ଅପରେସନ୍‌ ଜାରି ରହିଥିଲା । ସକାଳ ସୁଦ୍ଧା ଭଗ୍ନାବଶେଷ ତଳୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୁରତର ମୁଖ୍ୟ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।

ଶନିବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହି ଘଟଣାରେ ୧୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Share