Categories: ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ: ଚାଲିଗଲା ମାଲିକଙ୍କ ଜୀବନ

କୌଶମ୍ବି,୨୫।୨: ଉତ୍ତରପ୍ରଦେଶର କୌଶମ୍ବି ଜିଲାରେ ଥିବା ଏକ ବାଣ କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। କାରଖାନାର ମାଲିକ ଶାହିଦ ଅଲି ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

କୋଖ୍ରଜ ଥାନା ଅଧୀନ ମାହେଭା ଗ୍ରାମରେ ରବିବାର ମଧ୍ୟାହ୍ନ ସମୟରେ ବିସ୍ଫୋରଣ ଘଟିଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରେ କାମ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।

Share