ରାଜ୍ୟରେ ଆଉ ୭ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି କରୋନାଜନିତ ୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୪୮ରେ ପହଞ୍ଚିଛି। ମୃତଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୬୨ ବର୍ଷୀୟ ମହିଳା ରହିଥିବା ବେଳେ ବରଗଡ଼ର ଜଣେ ୭୬ ବର୍ଷୀୟ ମହିଳା ଓ ୬୫ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭଦ୍ରକର ଜଣେ ୬୦ବର୍ଷୀୟ ପୁରୁଷ ଓ ସମ୍ବଲପୁରର ୨ଜଣ ୭୫ ୫୮ ବର୍ଷୀୟ ପୁରୁଷ ଓ ୬୦ବର୍ଷୀୟ ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share