ବିଷ ଦେଇ ୭ କୁକୁରଙ୍କୁ ହତ୍ୟା

ଭୁବନେଶ୍ୱର,୧୯।୧(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀ ଭୁବନେଶ୍ୱରରେ ଅମାନୁଷିକତାର ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟରେ ବିଷ ଦେଇ ୭ କୁକୁରକୁ ହତ୍ୟା କରାଯାଇଛି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ଏଭଳି ନୃଶଂସ ଘଟଣା ଘଟିଥିବାବେଳେ ପଶୁପ୍ରେମୀ ଏହାକୁ ନିନ୍ଦା କରିବା ସହ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ ୨୨/୨୪) ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ମୃତ କୁକୁରମାନଙ୍କୁ ବ୍ୟବଚ୍ଛେଦ ପାଇଁ ପଶୁ ଚିକିତ୍ସାଳୟକୁ ପଠାଇଦେଇଛି। ତେବେ ମରିଯାଇଥିବା କୁକୁରଙ୍କ ମଧ୍ୟରେ ୩ଟି ବଡ ଥିବାବେଳେ ୪ଟି ଛୁଆ ଥିବା ସୂଚନା ମିଳିଛି। ଏଭଳି ବର୍ବରକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଶୁପ୍ରେମୀମାନେ ଦାବି କରିଛନ୍ତି।

Share