Posted inଜାତୀୟ

ସ୍ବାଧୀନତା ଦିବସ ପୂର୍ବରୁ ମଣିପୁରରୁ ୭ ଉଗ୍ରବାଦୀ ଗିରଫ…

ଇମ୍ଫାଲ, ୧୪।୮ : ସ୍ବାଧୀନତା ଦିବସ ପାଳନ ପୂର୍ବରୁ ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଛି। ସୂଚନାନୁସାରେ, ମଣିପୁରର ବିଭିନ୍ନ ସ୍ଥାନରୁ ନିଷିଦ୍ଧ ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ୭ଜଣ ସଶସ୍ତ୍ର ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି।

ଥୋଉବଲ ଜିଲା ଅଧୀକ୍ଷକ ଏଚ ଯୋଗେଶଚନ୍ଦ୍ର କହିଛନ୍ତି ଯେ ଆସାମ ରାଇଫଲ୍ସକୁ ଗୁପ୍ତଚର ସୂଚନା ମିଳିଥିଲା। ଏହା ଅନୁଯାୟୀ, ସ୍ବାଧୀନତା ଦିବସ ପାଳନ ସମୟରେ ସରକାରୀ କୋଠା ଏବଂ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର ରଚାଯାଇଥିଲା। ଏହା ପରେ ଥୋଉବଲ ଜିଲା ପୋଲିସ ଏବଂ ୧୬ ଆସାମ ରାଇଫଲ୍ସର ମିଳିତ ଦଳ ୟାଇରିପୋକ ବଜାରରେ ପହଞ୍ଚିଥିଲେ। ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା ଏବଂ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ସେ କହିଛନ୍ତି ଯେ ଇମ୍ଫାଲ ଇଷ୍ଟ, ଇମ୍ଫାଲ ୱେଷ୍ଟ, କାଚଚିଂ ଏବଂ ଥୋଉବାଲ ଜିଲାର ଅନେକ ସ୍ଥାନରେ ସର୍ଚ୍ଚ ଅପରେଶନ ମଧ୍ୟ କରାଯାଇଥିଲା। ସୁରକ୍ଷା ବାହିନୀ ୭ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି। ଏହି ସମୟରେ ଜଣେ ନାବାଳକଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ସହ ମଧ୍ୟ ଧରାଯାଇଥିଲା। ସେମାନେ ବିଭିନ୍ନ ଜିଲାର ଅଣ-ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରୁଥିଲେ।

ସେ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିମାନେ ଜୁନ-ଜୁଲାଇରେ କାକଚିଂ ଏବଂ ଆଣ୍ଡ୍ରୋ ହୁଇକାପରେ ଦୁଇଜଣ ଅଣ-ସ୍ଥାନୀୟ ଲୋକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ। ସର୍ଚ୍ଚ ଅପରେଶନ ସମୟରେ ନଅ ଏମଏମ ପିସ୍ତଲ, ବେରେଟା ପିସ୍ତଲ, 35 ଲାଇଭ କାର୍ଟ୍ରିଜ ଏବଂ ଗ୍ରେନେଡ ଜବତ କରାଯାଇଛି। ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅଭିଯାନ ଚାଲିଛି ବୋଲି ପୋଲିସ କହିଛି। ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ ପ୍ରଚାର କରିବାରେ ଅମିତ ଶାହା ସବୁଠୁ ଆଗରେ: ଖାର୍ଗେ

ନୂଆଦିଲ୍ଲୀ, ୨୧।୯: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଜମ୍ମୁରେ ପହଞ୍ଚିଛନ୍ତି। ସେ ଜମ୍ମୁ କଶ୍ମୀରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରାର୍ଥୀ ତାରା ଚାନ୍ଦଙ୍କ ପାଇଁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୟ କରୁଛି ପାକିସ୍ତାନ: କାହିଁକି ଏମିତି କହିଲେ ଅମିତ ଶାହା

ଶ୍ରୀନଗର,୨୧।୯: ଜମ୍ମୁ କଶ୍ମୀରର ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ମେହେନ୍ଦରରେ ପହଞ୍ଚିଛନ୍ତି।...

ଅମର ପ୍ରୀତ୍ ସିଂହ ହେବେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୧ା୯: ଅମର ପ୍ରୀତ୍‌ ସିଂହ ହେବେ ନୂଆ ବାୟୁସେନା ମୁଖ୍ୟ। ଏୟାର ମାର୍ଶଲ ଅମର ପ୍ରୀତ୍ ଏବେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି। ସରକାର...

ମୁଖ୍ୟମନ୍ତ୍ରୀ ଅସୁସ୍ଥ

ଶିମଲା,୨୧।୯: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଅସୁସ୍ଥ ହୋଇପଡିଛନ୍ତି। ସେ ଶିମଲା ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଚନ୍ତି।...

ଏହି ରାଜ୍ୟରେ ପ୍ରବେଶ କଲେ ୯୦୦ ଆତଙ୍କବାଦୀ! ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଇମ୍ଫାଲ,୨୧।୯: ମ୍ୟାନମାରରୁ ପ୍ରାୟ ୯୦୦ ଆତଙ୍କବାଦୀ ମଣିପୁରରେ ପ୍ରବେଶ କରିଥିଲେ। ଏହା ଦେଶର ସୁରକ୍ଷା ଭଙ୍ଗ କରିବାକୁ ପ୍ରସ୍ତୁତି ବୋଲଇ କୁହାଯାଉଛି। ଗୁପ୍ତଚର ରିପୋର୍ଟ ଆଧାରରେ...

ଦକ୍ଷିଣରୁ ଗୋରଖନାଥ ମନ୍ଦିର ଆସିଲେ ଭବାନୀ-ଭୋଲୁ

ଲକ୍ଷ୍ନୌ,୨୧।୯: ଆନ୍ଧ୍ରପ୍ରଦେଶର ୟେଲେଶ୍ୱରମରେ ଥିବା ଗୋଶାଳାରୁ ଗୋରଖନାଥ ମନ୍ଦିରକୁ ନାଦିପଥି କ୍ଷୁଦ୍ର ପ୍ରଜାତିର (ଗୋଟିଏ ଗାଈ ଏବଂ ଗୋଟିଏ ବାଛୁରୀ) ଶନିବାର ଅଣାଯାଇଛି। ଏମାନେ ଆସିବା...

ମନ୍ଦିର ଟ୍ରଷ୍ଟ ଦେଲା ବଡ଼ ସୂଚନା, କହିଲା ଲଡୁରେ ପବିତ୍ରତା ରହିଛି

ହାଇଦ୍ରାବାଦ,୨୧ା୯: ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁ  ପୁଣି ଉପଲବ୍ଧ। ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମନ୍ଦିର ଟ୍ରଷ୍ଟ କହିଛି ପ୍ରସାଦ ଲଡୁରେ ପବିତ୍ରତା...

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri