Categories: ଜାତୀୟ

ଓଡ଼ିଶାରେ ଖୋଲିବ ୭ ସରକାରୀ ନର୍ସିଂ କଲେଜ

ନୂଆଦିଲ୍ଲୀ,୨୭ା୪(ପି.ଟି.): ଦେଶର ମେଡିକାଲ କଲେଜଗୁଡ଼ିକ ନିକଟରେ ସରକାରୀ ନର୍ସିଂ କଲେଜ ଖୋଲିବ। ୧,୫୭୦ କୋଟି ଟଙ୍କା ବ୍ୟୟରେ ୧୫୭ଟି ନର୍ସିଂ କଲେଜ ଖୋଲିବା ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ପ୍ରତି କଲେଜରେ ୧୦୦ ବିଏସ୍‌ସି ନର୍ସିଂ ସିଟ୍‌ ରହିବ। ଉତ୍ତରପ୍ରଦେଶରେ ସର୍ବାଧିକ ୨୭ଟି ନର୍ସିଂ କଲେଜ ଖୋଲିବାକୁ ଥିବାବେଳେ ଓଡ଼ିଶାରେ ୭ଟି ଖୋଲିବ। ରାଜସ୍ଥାନରେ ୨୩, ମଧ୍ୟପ୍ରଦେଶରେ ୧୪, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ୧୧ଟି ଲେଖାଏ, ଜମ୍ମୁ-କଶ୍ମୀରରେ ୭, ଆସାମ, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡରେ ୫ଟି ଲେଖାଏ ନର୍ସିଂ କଲେଜ ଖୋଲିବାକୁ ନିଷ୍ପତ୍ତି ହୋଇଛି। କର୍ନାଟକ, ଉତ୍ତରାଖଣ୍ଡରେ ୪ଟି ଲେଖାଏ, ପଞ୍ଜାବ ଓ ହିମାଚଳପ୍ରଦେଶରେ ୩ଟି ଲେଖାଏ ଏବଂ ହରିୟାଣାରେ ଗୋଟିଏ ନର୍ସିଂ କଲେଜ ଖୋଲିବ।

Share