Categories: ଜାତୀୟ

୭ ହିଜବୁଲ୍‌ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୩।୩: ଜମ୍ମୁ-କଶ୍ମୀରରେ ସ୍ଥିତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି। ମିଳିତ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦ ବିରୋଧି ଅପରେଶନ୍‌ରେ ବଡ଼ ଧରଣର ସଫଳତା ମିଳିଛି। ହିଜବୁଲ୍‌ ମୁୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର ୭ ଜଣ ଗ୍ରାଉଣ୍ଡ ଓ୍ବାର୍କରଙ୍କୁ ଶୋପିଆନ୍‌ରୁ ଗିରଫ କରାଯାଇଛି। ଯାଞ୍ଚ୍‌ ଜାରି ରହିଥିବାବେଳେ ସନ୍ଦିଗ୍ଧ ଭାବେ ବୁଲୁଥିବା ୭ ଜଣଙ୍କୁ ଅଟକାଇ ପଚରାଉଚରା କରାଯାଇଥିଲା। ସେମାନଙ୍କ ପାଖରୁ ୨ଟି ହ୍ୟାଣ୍ଡ୍‌ ଗ୍ରେନେଡ୍‌, ୩ଟି ଏକେ ମାଗାଜିନ୍‌ ଏବଂ ୧୦୫ ଜୀବନ୍ତ ଗୁଳି ଜବତ କରାଯାଇଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି।

Share