ମହିଳା ମାଓବାଦୀଙ୍କ ସମେତ ୭ ଗିରଫ

ମାଲକାନଗିରି,୧୬ା୭(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ଼ ବିଜାପୁର ଜିଲାରେ ଚାଲିଥିବା ମାଓବାଦୀ ଅଭିଯାନ ବେଳେ ପୋଲିସ ଦ୍ୱାରା ତେରେମ୍‌ ଅଞ୍ଚଳରୁ ମଙ୍ଗଳବାର ୭ ମାଓବାଦୀ ଗିରଫ ହୋଇଛନ୍ତି। ତେରେମ୍‌ ଅଞ୍ଚଳରେ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ତଲାସି ଅଭିଯାନ ବେଳେ ଜଙ୍ଗଲ ମଧ୍ୟରେ କେତେଜଣ ବ୍ୟକ୍ତି ସେମାନଙ୍କୁ ଦେଖି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ। ଏହା ଦେଖି ସେମାନଙ୍କୁ କାବୁକରିବା ପାଇଁ ଚେଷ୍ଟା କରାଯିବା ବେଳେ ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ପୋଲିସ କାବୁକରି ପଚରାଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ବୋଲି ଜଣାପଡିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ମାଓବାଦୀଙ୍କ ମଧ୍ୟରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ମାଓବାଦୀ ତାମୋ ଭୀମା ଓ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଉଇକା ମଙ୍ଗ୍ରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବା ସହ ଅଞ୍ଚଳରେ ତଲାସି ଅଭିଯାନକୁ ଜୋର୍‌ଦାର କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Share