ଲିବିୟାରେ ଅପହୃତ ୭ ଭାରତୀୟ ମୁକ୍ତ

ତୁନିସ,୧୨ ।୧୦: ଗତ ମାସରେ ଲିବିୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୭ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଏହି ଖବର ଟ୍ୟୁନିସିଆରେ ଥିବା ଭାରତୀୟ ରାଜଦୂତ ପୁନିତ ରାୟ କୁନ୍ଦଲ ଦେଇଛନ୍ତି । ମୁକୁଳିଥିବା ସମସ୍ତ ଭାରତୀୟ ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ବିହାର ନିବାସୀ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଏହି ଭାରତୀୟମାନେ ଯେତେବେଳେ ଅଶୱେରିଫ ଅଞ୍ଚଳରେ ଭାରତ ଆସିବାକୁ ତ୍ରିପୋଲି ବିମାନ ବନ୍ଦର ଯାଉଥିଲେ ସେଠାରୁ ତାଙ୍କୁ ଆତଙ୍କବାଦୀମାନେ ଅପହରଣ କରିଥିଲେ । ଏହା ଜଣାପଡିବା ପରେ ଭାରତ ପକ୍ଷରୁ ଏମାନଙ୍କୁ ମୁକୁଳାଇବାକୁ ସମସ୍ତ ପ୍ରସାସ କରାଯାଇଥିଲା ।

Share