୭ ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ

ତ୍ରିପୋଲି, ୩।୧୦: ଭାରତରୁ ଳିବିୟାକୁ କାମ କରିବାକୁ ଯାଇଥିବା ୭ ଜଣ ଭାରତୀୟଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ଆତଙ୍କବାଦୀମାନେ ଭାରତୀୟଙ୍କ ମୁଣ୍ଡ ଜାମିନ ରଖିଛନ୍ତି। ୨୦ ହଜାର ଡଲାର ଦେଲେ ଭାରତୀୟଙ୍କୁ ମୁକ୍ତ କରାଯିବ ବୋଲି ଆତଙ୍କବାଦୀ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତୀୟମାନେ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ବିହାରର ବାସିନ୍ଦା ବୋଲି କୁହାଯାଉଛି। ଭିଜା ସମୟ ସୀମା ଶେଷ ହେଉଥିବାରୁ ସେମାନେ ଭାରତକୁ ଫେରି ଆସିଥାନ୍ତେ। ତେବେ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଛନ୍ତି। ଭାରତୀୟମାନେ ଅପହୃତ ହୋଇଥିବାବେଳେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପ୍ରକାଶ ପାଇ ନାହିଁ।

Share