Categories: ଜାତୀୟ

ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ

ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ  ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପହରଣର ଶିକାର ହୋଇଥିବା ୭ ଭାରତୀୟ ବିହାର, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ଉତ୍ତର ପ୍ରଦେଶର। ସେମାନେ ଲିବ୍ୟାରେ ଏକ କମ୍ପାନୀରେ କାମ କରୁଥିଲେ। ସେ ଭାରତକୁ ଫେରିବା ପାଇଁ ଟ୍ରିପୋଲିରେ ଏୟାରପୋର୍ଟକୁ ଆସୁଥିବାବେଳେ ତାଙ୍କ କେହି ଅପହରଣ କରିନେଇଛନ୍ତି। ତେବେ ସେପ୍ଟେମ୍ବର ୧୪ରେ ସେମାନଙ୍କୁ କେହି ଅପହରଣ କରି ନେଇଛନ୍ତି। ଅପହରଣର ଶିକାର ହୋଇଥିବା ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି ଓ ସେମାନଙ୍କ ଫଟୋ ଆମ ପାଖରେ ଅଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

Share