Categories: ଜାତୀୟ

ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ

ଶ୍ରୀନଗର,୧୪।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରବିବାର ୨ ବର୍ଷ ପୂରଣ ହୋଇଛି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ିକଡ଼ି ରହିଛି। ତେବେ ଜମ୍ମୁ ବସ୍‌ଷ୍ଟାଣ୍ଡ୍‌ ନିକଟରୁ କଶ୍ମୀର ଜୋନ୍‌ ପୋଲିସ ୭ କିଲୋଗ୍ରାମ୍‌ ଆର୍‌ଡିଏକ୍ସ ଜବତ କରିଛି। ଏହାଦ୍ୱାରା ଆତଙ୍କବାଦୀଙ୍କ ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ର ଫସର ଫାଟି ଯାଇଛି। ପୋଲିସ ପକ୍ଷରୁ ଜଣକୁ ଗିରଫ କରାଯାଇଛି। ଏହାର ଅଧିକ ତଦନ୍ତ ଜାରି ରହିଛି।

Share