ପାକିସ୍ତାନରେ ବସ୍‌ ଦୁର୍ଘଟଣା: ୭ମୃତ,୨୦ଆହତ

ଇସଲାମବାଦ,୧।୭:ପାକିସ୍ତାନର ସିନ୍ଧ ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ବସ୍‌ ଧକ୍କା ହେବା ଫଳରେ ୭ଜଣଙ୍କର ମତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। ପୋଲିସ ସୂଚନା ଉଯାୟୀ, ଦୁର୍ଘଟଣା ହୋଇଥିବା ଦୁଇଟି ବସ୍‌ ମଧ୍ୟରୁ ଗୋଟିଏ ଯାତ୍ରୀବାହୀ ବସ୍‌ ଲାହୋରରୁ କରାଚି ଯାଉଥିବାବେଳେ ଅନ୍ୟଟି କରାଚିରୁ ଆସୁଥିଲା। ଦୁଇଟି ବସ୍‌ର ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଲାଉଥିବାରୁ ଦୁଇ ବସ୍‌ ମୁହାଁମୁହିଁ ହୋଇ ଧକ୍କା ହୋଇଥିଲା। ଆହତଙ୍କୁ ନବାବଶାହା ଏବଂ ନୋଶେରା ଫେରୋଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share