Categories: ଜାତୀୟ

ଫଶି ରହିଛନ୍ତି ଅନେକ ଯାତ୍ରୀ

ଜଲପାଇଗୁରି(ପଶ୍ଚିମବଙ୍ଗ),୧୪।୧: ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାରେ ଘଟିଥିବା ଟ୍ରେନ ଦୁର୍ଘଟଣା ସ୍ଥଳରୁ ଅନେକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି। ଗୁଆହାଟି-ବିକାନର ଏକ୍ସପ୍ରେସ ଟ୍ରେନର ୧୨ଟି କୋଚ୍‌ ଜଲପାଇଗୁରି ଜିଲାର ମାୟନଗରି ସହରରେ ଲାଇନ ଚ୍ୟୁତ ହେବାରୁ ଅତିକମ୍‌ରେ ୭ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ୪୫ ଜଣ ଆହତ ଥିବା ବେଳେ ସେମାନଙ୍କ ମଧ୍ୟରେ ୧୦ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସକାଳେ ଘଟଣା ସ୍ଥଳରେ ପହଞ୍ଚିବେ।

ଅତିକମ୍‌ରେ ୫୦ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଏବେ ବି ପରସ୍ପର ଉପରେ ମାଡ଼ି ଯାଇଥିବା କୋଚ୍‌ ମଧ୍ୟରେ ଅନେକ ଯାତ୍ରୀ ଫଶିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ଗ୍ୟାସ କଟର ବ୍ୟବହାର କରାଯାଉଥିବା ରେଳ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Share