ଅଶାନ୍ତ କାବୁଲ ବିମାନ ବନ୍ଦର: ୭ ଆଫଗାନୀ ମୃତ

କାବୁଲ,୨୨ ।୮: ଆଫଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇ ପଡିଛି । ସବୁଠି ଭୟ ଆଉ ଭୟ । ରବିବାର କାବୁଲ ବିମାନ ବନ୍ଦର ପୁଣିଥରେ ଅଶାନ୍ତ ହୋଇପଡିଛି । ଦେଶଛାଡି ଚାଲିଯିବାକୁ ଉଦ୍ୟତ ହେଉଥିବା ଆଫଗାନବାସୀ ବିମାନ ବନ୍ଦରରେ ଜମା ହୋଇଥିବା ବେଳେ ସେଠାରେ ଗୁଲି ଫୁଟିବାରୁ ଭୟଭିତ ହୋଇ ଏଣେତେଣେ ଦୌଡିବା ଫଳରେ ୭ ଆଫଗାନବାସୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ଏହି ସୂଚନା ବ୍ରିଟେନ ସେନା ଦେଇଛି । ସୂଚନାଯୋଗ୍ୟ, ଦେଶ ଛାଡି ବାହାରକୁ ଚାଲିଯିବାକୁ ଚେଷ୍ଟା କରୁଥିବା ଆଫଗାନବାସୀଙ୍କୁ ଭୟଭୀତ କରାଇବା ଲାଗି ଫାଙ୍କାରେ ତାଳିବାନ ଗୁଳି ଚାଳନା କରିଥିଲେ ମଧ୍ୟ ଦଳାଚକଟାରେ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Share