ନୟାଗଡ଼ ଅଫିସ,୨।୨: ନୟାଗଡ଼ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀଙ୍କ କୋର୍ଟରେ ଖଇରପଟି ନକୁଳ ବାଣ୍ଠ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ଘଟଣାରେ ମୁଖ୍ୟ ହତ୍ୟାକାରୀ ଖଇରପଟି ଗଁାର ବସନ୍ତ କୁମାର ସିଠଙ୍କ ସମେତ ଭଗବାନ୍ ଦଳବେହେରା, ଶୁକଦେବ ରାଉତ, ପ୍ରକାଶ ପରିଡ଼ା, ଶେଷଦେବ ନାୟକ ଓ ସୁଧାଂଶୁ ରାଉତ, କେନ୍ଦୁଢିପି ଗଁାର ଧ୍ରୁବ ଚରଣ ଜେନା ପ୍ରମୁଖ ୭ ହତ୍ୟାକାରୀଙ୍କୁ ୩୦୨, ୩୪ ଆଇପିସି ଦଫାରେ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତମାନେ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ା
ମାମଲାର ବିବରଣୀ ଅନୁଯାୟୀ, ୨୦୧୬ ଫେବୃୟାରୀ ୧୩ରେ ନୟାଗଡ଼ ଜିଲା ଶରଣକୁଳ ଥାନା କେସ୍ତପଡା ଶ୍ମଶାନରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ କେନ୍ଦୁଢିପି ପଞ୍ଚାୟତ ସମିତି ସଭ୍ୟା ତଥା ଖୀରପଟି ଗଁାର ପୁଷ୍ପାଞ୍ଜଳି ବାଣ୍ଠଙ୍କ ସ୍ବାମୀ ନକୁଳଙ୍କୁ ହତ୍ୟା କରାଯାଇଥିଲା।