ଜେନାପୁର,୧୭।୩(ଡି.ଏନ୍.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ କାନ୍ତପଡ଼ା ଛକ ନିକଟସ୍ଥ ନୀଳାଞ୍ଚଳ ପେଟ୍ରୋଲ ପମ୍ପ କର୍ମଚାରୀଠାରୁ ୭ ଲକ୍ଷ ୫୫ ହଜାର ଟଙ୍କା ଓ ୧ଲକ୍ଷ ୬୪ ହଜାର ଚେକ୍ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଛଡ଼ାଇ ନେଇ ପଳାଇ ଯାଇଥିଲେ।
ସୂଚନାଯୋଗ୍ୟ, ବୁଧବାର ସକାଳେ ପେଟ୍ରୋଲ ପମ୍ପ କର୍ମଚାରୀ ମନୋଜ ବଳିଆର ସିଂହ ଏକ ମୋଟରସାଇକେଲ ଯୋଗେ ଟଙ୍କା ଓ ଚେକ୍ ଧରି କବାଟବନ୍ଧ ଷ୍ଟେଟ୍ବ୍ୟାଙ୍କକୁ ଡିପୋଜିଟ୍ କରିବା ପାଇଁ ଯାଉଥିଲେ। ପମ୍ପ୍ର ୧ କିମି ଦୂରରେ ବରକଣା ଖେଳ ପଡ଼ିଆ ରାସ୍ତାରେ ଦୁର୍ବୃତ୍ତ ଛଡ଼ାଇ ନେଇଥିଲେ। ଖବର ପାଇ ଜେନାପୁର ପୋଲି ତଦନ୍ତ ଚଳାଇଛି।